ନୂଆଦିଲ୍ଲୀ,୧ ।୭: କରୋନା ମହାମାରୀ ସାରା ବିଶ୍ୱରେ ତାଣ୍ଡବ ରଚିଥିବା ବେଳେ ଭାରତରେ ଏହା ବ୍ୟାପକ କ୍ଷତି ଘଟାଇ ସାରିଲାଣି । ଆଗକୁ ଏହା ଆହୁରି ବୃଦ୍ଧି ପାଇବ ବୋଲି ବିଶେଷଜ୍ଞମାନେ ଅନୁମାନ କରିଛନ୍ତି । ତେବେ କରୋନାର ଥାର୍ଡ ୱେଭ ବା ତୃତୀୟ ଲହର ସାଂଘାତିକ ହେବ ବୋଲି ଆଗରୁ କୁହାଯାଉଥିବା ବେଳେ ଏହାଦ୍ୱାରା ବିଶେଷ ଭାବେ ଶିଶୁମାନେ ପ୍ରଭାବିତ ହେବେ ବୋଲି କୁହାଯାଇଛି । ହେଲେ ଏବେ ଦିଲ୍ଲୀ ସ୍ଥିତ ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ୍ ମେଡିକାଲ ସାଇନସେସ୍(ଏମ୍ସ)ର ନିର୍ଦ୍ଦେଶକ ଡାକ୍ତର ରଣଦୀପ ଗୁଲେରିଆ ଖୁସି ହେବା ଭଳି ଏକ ମନ୍ତବ୍ୟ ଦେଇଛନ୍ତି । ସେ କହିଛନ୍ତି କରୋନାର ଥାର୍ଡ ୱେଭ ବା ତୃତୀୟ ଲହର ଆସି ନ ପାରେ । ହେଲେ ଏହା ନିର୍ଭର କରୁଛି ଆମ ଉପରେ । କାରଣ ଆମେ ଯଦି କରୋନାର ସମସ୍ତ ନିୟମ ପାଳନ କରିବା ସହ ଅଧିକ ପରିମାଣରେ ଲୋକେ ଟିକା ନେବେ ତେବେ ଏହା ନ ଆସିପାର । ଏକ ଖବର ସରବରାହ ସଂସ୍ଥାକୁ ଦେଇଥିବା ସ୍ୱତନ୍ତ୍ର ସାକ୍ଷାତ୍କାରରେ ସେ ଏହା କହିଛନ୍ତି । ସେ ଆହୂରି ମଧ୍ୟ କହିଛନ୍ତି ଅଳ୍ପ କେତେକଙ୍କ ନିକଟରେ କରୋନା ଭ୍ୟାକ୍ସିନର ପାଶ୍ୱର୍ ପ୍ରତିକ୍ରିୟା ଦେଖାଯାଇଥିବା ବେଳେ ଅଧିକାଂଶ ଲୋକେ ସୁସ୍ଥ ଅଛନ୍ତି ଓ ସେମାନଙ୍କ ନିକଟରେ ଟିକା ଭଲ କାମ କରିଛି । ତେଣୁ ଅଧିକ ମାତ୍ରାରେ ଲୋକେ ଟିକା ଗ୍ରହଣ କଲେ କରୋନାର ତୃତୀୟ ଲହରକୁ ଆମେ ସହଜରେ ଏଡାଇ ଯାଇ ପାରିବା ବୋଲି ଗୁଲେରିଆ କହିଛନ୍ତି ।