Categories: ଜାତୀୟ

ଅଗଷ୍ଟ ଆରମ୍ଭରୁ ଆସିପାରେ ତୃତୀୟ ଲହର

ମୁମ୍ବାଇ, ୩୧ା୫: ମହାରାଷ୍ଟ୍ରର ଅହମ୍ମଦନଗରରେ କରୋନା ସଂକ୍ରମିତ ଶିଶୁଙ୍କ ସଂଖ୍ୟା ବଢିବାରେ ଲାଗିଛି। ଏହା ବଢାଇ ଦେଇଛି ରାଜ୍ୟ ସରକାରଙ୍କ ଚିନ୍ତା। କେବଳ ମେ’ ମାସରେ ଏହି ଜିଲାରେ ୮ ହଜାରରୁ ଊର୍ଦ୍ଧ୍ୱ ଶିଶୁ କୋଭିଡ୍‌ରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ତେଣୁ ଜୁଲାଇ ଶେଷ କିମ୍ବା ଅଗଷ୍ଟ ଆରମ୍ଭରେ ତୃତୀୟ ଲହର ଆସିପାରେ ବୋଲି ମହାରାଷ୍ଟ୍ର ସରକାର ଆଶଙ୍କା ପ୍ରକଟ କରିଛନ୍ତି। ଶିଶୁଙ୍କୁ ସଂକ୍ରମଣରୁ ସୁରକ୍ଷିତ ରଖିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରସ୍ତୁତି ଚାଲିଛି। ସଙ୍ଗଲି ସହରରେ ପିଲାଙ୍କ ଚିକିତ୍ସା ପାଇଁ ସ୍ବତନ୍ତ୍ର କୋଭିଡ୍‌ ଓ୍ବାର୍ଡ ଖୋଲାଯାଇଛି।

Share