ଚିନ୍ତା ବଢାଇଲାଣି କରୋନାର ତୃତୀୟ ଲହର: ପୁଡୁଚେରୀରେ ୨୦ ଶିଶୁ ହସ୍ପିଟାଲରେ ଭର୍ତ୍ତି

ପୁଡୁଚେରୀ,୧୬ ।୭: ଦେଶରେ କରୋନା ସଂକ୍ରମଣ ଥମିବାର ନାଁ ନେଉ ନାହିଁ । ଗୋଟିଏ ପଟେ ଦ୍ୱିତୀୟ ଲହର ଏବେବି ରହିଥିବା ବେଳେ ଅନ୍ୟପଟେ ତୃତୀୟ ଲହର ପାଦ ଥାପି ସାରିଲାଣି । ବିଶେଷଜ୍ଞଙ୍କ କହିବା ଅନୁଯାୟୀ ତୃତୀୟ ଲହର ଶିଶୁମାନଙ୍କ ଉପରେ ପ୍ରଭାବ ପକାଇବା ଆରମ୍ଭ କରି ସାରିଲାଣି । ମିଳିଥିବା ସୂଚନାରୁ ଜଣାପଡିଛି କି ପୁଡୁଚେରୀରେ ଏକାଥରେ ୨୦ ଶିଶୁ ଅସୁସ୍ଥ ହୋଇ ପଡିବା ସମସ୍ତଙ୍କୁ ଚିନ୍ତାରେ ପକାଇ ଦେଇଛି । ଏକାଥରେ ପିଲାମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଏବେ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ଥିବା ଜଣାପଡିଛି । ତେବେ ସମସ୍ତ ୨୦ ଜଣ ଶିଶୁ କରୋନା ପଜିଟିଭ ହୋଇଥିବା ବେଳେ ସେମାନଙ୍କୁ ତୁରନ୍ତ କାଦିରକାମମ ସ୍ଥିତ ଇନ୍ଦିରା ଗାନ୍ଧୀ ସରକାରୀ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଥିଲା । ପିଲାମାନଙ୍କ ବୟସ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନ ଥିବା କହିଛନ୍ତି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ସେବା ନିର୍ଦ୍ଦେଶକ ଏମ୍ ମୋହନ କୁମାର ।

Share