୨୬ ବର୍ଷ ସାନ ଯୁବତୀଙ୍କୁ ମନ ଦେଇ ବସିଥିଲେ ଏହି ପ୍ରସିଦ୍ଧ ଅଭିନେତା: ଜଙ୍ଗଲରେ କରିଥିଲେ ବିବାହ

ବଲିଉଡର ପ୍ରସିଦ୍ଧ ମଡେଲ ତଥା ଅଭିନେତା ମିଲିନ୍ଦ ସୋମନ ପ୍ରାୟତଃ ଚର୍ଚ୍ଚାରେ ଥାଆନ୍ତି। ସେ ନିଜଠାରୁ ୨୬ ବର୍ଷ ସାନ ଅଙ୍କିତା କୋନୱାରଙ୍କୁ ବିବାହ କରିଥିଲେ। ବିବାହ ସମୟରେ ମିଲିନ୍ଦଙ୍କୁ ୫୨ ବର୍ଷ ହୋଇଥିବାବେଳେ ଅଙ୍କିତାଙ୍କୁ ମାତ୍ର ୨୬ ବର୍ଷ ହୋଇଥିଲା। ୨୦୧୮ରେ ଉଭୟ ବିବାହ କରିଥିଲେ। ନିକଟରେ ଏହି ଦୁଇଜଣ ବିବାହର ତିନି ବର୍ଷ ପୂରଣ କରିଛନ୍ତି। ଏହି ବିଶେଷ ଅବସରରେ ଉଭୟ ପରସ୍ପରକୁ ଶୁଭେଚ୍ଛା ଜଣାଇଛନ୍ତି। ସୋସିଆଲ ମିଡିଆରେ ଉଭୟ ମିଲିନ୍ଦ ସୋମାନ ଏବଂ ଅଙ୍କିତା କୋନୱାର ବହୁତ ସକ୍ରିୟ ଅଟନ୍ତି। ଉଭୟ ପ୍ରାୟତଃ ପ୍ରଶଂସକଙ୍କ ସହିତ ଅନେକ ଫଟୋ ଏବଂ ଭିଡିଓ ଶେୟାର କରନ୍ତି। ତୃତୀୟ ବିବାହ ବାର୍ଷିକୀରେ ମଧ୍ୟ ପ୍ରଶଂସକଙ୍କ ସହ ଦୁହେଁ ଏମିତି କିଛି ଫଟୋ ଶେୟାର କରିଛନ୍ତି। ମିଲିନ୍ଦ ତାଙ୍କ ଅଫିସିଆଲ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସ୍ତ୍ରୀ ଅଙ୍କିତାଙ୍କ ସହ ବିତାଇଥିବା ବିଶେଷ ମୁହୂର୍ତ୍ତର କିଛି ଫଟୋ ଶେୟାର କରିଛନ୍ତି। ଏହି ଫଟୋଗୁଡ଼ିକୁ ଶେୟାର କରି ମିଲିନ୍ଦ କ୍ୟାପସନରେ ଲେଖିଛନ୍ତି, ତୃତୀୟ ବିବାହ ବାର୍ଷିକୀ ଶୁଭକାମନା ଅଙ୍କିତା କୋନୱାର। ପ୍ରତ୍ୟେକ ମୁହୂର୍ତ୍ତ ତୁମକୁ ଏବଂ ତୁମର ପାଗଳାମିକୁ ମନେ ପକାଇଥାଏ।
ଏଥି ସହିତ ଅଙ୍କିତା ମଧ୍ୟ ମିଲିନ୍ଦଙ୍କ ପାଇଁ ଏକ ସ୍ବତନ୍ତ୍ର ପୋଷ୍ଟ ଲେଖିଛନ୍ତି। ଅଙ୍କିତା ମିଲିନ୍ଦଙ୍କ ସହ ଅନେକ ଫଟୋ ଶେୟାର କରିଛନ୍ତି। ଏହି ଫଟୋଗୁଡ଼ିକ ସହିତ ସେ କ୍ୟାପସନରେ ଲେଖିଛନ୍ତି, ପ୍ରତ୍ୟେକ ଦିନ ଦୁଃସାହସିକ କାର୍ଯ୍ୟ, କିଛି ନୂଆ ନୂଆ ବାର୍ଷିକୀ, ତୁମ ସହିତ ଆଉ ଏକ ଭାଲେଣ୍ଟାଇନ୍ସ ଡେ। ୩ ବର୍ଷ ପୂର୍ବେ ଯେତେବେଳେ ଆମେ ସ୍ପେନର ସେହି ଛୋଟ ଜଙ୍ଗଲରେ ଜଳପ୍ରପାତ ସାମ୍ନାରେ ଖାଲି ପାଦରେ ବିବାହ କରିଥିଲୁ। ତୁମେ ମୋ ପୃଥିବୀର ଜଳ। ଏହି ବନ୍ଧନ ପାଇଁ ମୁଁ କୃତଜ୍ଞ ବୋଲି ସେ କହିଛନ୍ତି। ୧୨ ଜୁଲାଇ ୨୦୧୮ରେ ଉଭୟ ବିବାହ କରିଥିଲେ।

Share