ଆଜି ସର୍ବାଧିକ ୧୩ ମୁଣ୍ଡ ନେଲା କରୋନା: ଏହି ଜିଲାରୁ ଅଛନ୍ତି ୬

ଭୁବନେଶ୍ୱର,୯।୮(ବ୍ୟୁରୋ): ଗୋଟିଏ ପରେ ଗୋଟିଏ ମୁଣ୍ଡ ନେଇ ଚାଲିଛି କରୋନା। ରାଜ୍ୟରେ ରବିବାର କରୋନା ସଂକ୍ରମିତ ହୋଇ ସର୍ବାଧିକ ୧୩ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ବାଲେଶ୍ୱରର ଜଣେ ୮୧ ବର୍ଷୀୟ ବୃଦ୍ଧ, ଭୁବନେଶ୍ୱରର ଜଣେ ୫୨ ବର୍ଷୀୟ ବ୍ୟକ୍ତି, ଖୋର୍ଦ୍ଧାର ଜଣେ ୬୦ ବର୍ଷୀୟ ବୃଦ୍ଧ, କୋରାପୁଟର ଜଣେ ୬୫ ବର୍ଷୀୟ ବୃଦ୍ଧ, ବରଗଡ଼ର ୩୯ ବର୍ଷୀୟ ବ୍ୟକ୍ତି, ନୟାଗଡ଼ର ଜଣେ ୬୦ ବର୍ଷୀୟ ବୃଦ୍ଧ, ଗଞ୍ଜାମର ୬୫ ବର୍ଷୀୟ ବୃଦ୍ଧ, ୪୦ ବର୍ଷୀୟ ବ୍ୟକ୍ତି, ୬୦ ବର୍ଷୀୟ ବୃଦ୍ଧା, ୬୬ ବର୍ଷୀୟ ବୃଦ୍ଧା, ୩୭ ବର୍ଷୀୟ ବ୍ୟକ୍ତି, ୫୦ ବର୍ଷୀୟ ବ୍ୟକ୍ତି ଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ପୂର୍ବାହ୍ନରେ ସୂଚନା ଦିଆଯାଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୨୭୨କୁ ବୃଦ୍ଧି ପାଇଛି।

Share