Categories: ଖେଳ

ଟାଏକୋଣ୍ଡୋ ପାଇଁ ୧୩ ଜଣିଆ ଓଡ଼ିଶା ଦଳ

ଭୁବନେଶ୍ୱର,୪ା୧୨(ସରୋଜ ଜେନା): ଦାର୍ଜିଲିଂର କାଲିପଙ୍ଗଠାରେ ଡିସେମ୍ବର ୯ ଓ ୧୦ ତାରିଖରେ ହେବାକୁ ଥିବା ଅନ୍ତର୍ଜାତୀୟ ଟାଏକୋଣ୍ଡୋ ପ୍ରତିଯୋଗିତା ପାଇଁ ୧୩ ଜଣ ଖେଳାଳି ମନୋନୀତ ହୋଇଛନ୍ତି। ଅଲ ଇଣ୍ଡିଆ ଟାଏକୋଣ୍ଡୋ ଫେଡେରେଶନ ପକ୍ଷରୁ ଏହି ଟୁର୍ନାମେଣ୍ଟ ଆୟୋଜିତ ହେଉଛି। ସବ୍‌ ଜୁନିୟର, ଜୁନିୟର, ସିନିୟର ପୁରୁଷ ଓ ମହିଳା ପରି ୪ ବର୍ଗରେ ଏହି ଟୁର୍ନାମେଣ୍ଟ ଆୟୋଜିତ ହେବ। କୋଚ୍‌ ପାର୍ଥସାରଥି ରାଉତଙ୍କ ନେତୃତ୍ୱରେ ଏହି ୧୩ ଜଣିଆ ଦଳ କାଲିପଙ୍ଗ ଗସ୍ତ କରିବ। ଓଡ଼ିଶା ରୟାଲ ଟାଏକୋଣ୍ଡୋ ସଭାପତି ହିମାଂଶୁ ଶେଖର ପ୍ରଧାନ, ଯୁଗ୍ମ ସମ୍ପାଦକ ଅମିତ କୁମାର ରାଉତ ଓଡ଼ିଶା ଦଳ ସହ ଯାତ୍ରା କରିଛନ୍ତି। ସଂଘର ସଦସ୍ୟ କୀର୍ତ୍ତି ପ୍ରଭା ରାଉତ, ପ୍ରଫୁଲ୍ଲ କିଶୋର ସାହୁ ଓ ବିବେକାନନ୍ଦ ପାତ୍ର ସମସ୍ତ ସଦସ୍ୟଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

Share