ପାରାଦୀପ,୧୬ା୧(ସ୍ବ.ପ୍ର.): ୮ ତାରିଖରୁ ସମୁଦ୍ରକୁ ଯାଇଥିବା ୨ଟି ବୋଟ୍ର ୧୩ ଜଣ ମତ୍ସ୍ୟଜୀବୀ ନିଖୋଜ ଥିଲେ। ତାଙ୍କୁ ସୋମବାର ମଧ୍ୟାହ୍ନରେ କୋଷ୍ଟଗାର୍ଡ ପକ୍ଷରୁ ଉଦ୍ଧାର କରାଯାଇଛି। ସେମାନଙ୍କ ବୋଟ୍ ସହିତ ଆସି ପାରାଦୀପ ମାଛଧରାବନ୍ଦର ପୋତାଶ୍ରୟରେ ପହଞ୍ଚିଛନ୍ତି।
ଉଦ୍ଧାର ବୋଟର ଡ୍ରାଇଭର ଅଶୋକ ମିର୍ଦ୍ଧାଙ୍କ ସୂଚନାନୁଯାୟୀ, ସେମାନେ ୧୫୬ ମାଇଲ ସାଗରଦୀପ ଠାରେ ଥିବା ଓଏନ୍ଜିସି ସର୍ଭେ ସ୍ଥାନକୁ ଯାଉଥିଲେ।୧୧ ତାରିଖରେ ଯାନ୍ତ୍ରିକ ତ୍ରୁଟି ଯୋଗୁ ଯିବା ଆସିବା ସମ୍ଭବ ହୋଇ ନ ଥିଲା। ଏପରିକି ନେଟ୍ଓ୍ବାର୍କ ନ ଥିବାରୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା। କୋଷ୍ଟଗାର୍ଡ ପାଟ୍ରୋଲିଂ ଜାହାଜ ରବିବାର ରାତିରେ ଆମକୁ ଠାବ କରି ସୋମବାର ଉଦ୍ଧାର କରି ଆଣିଛନ୍ତି। ବୋଟ୍ ଓ ମତ୍ସ୍ୟଜୀବୀ ସମସ୍ତେ ସୁରକ୍ଷିତ ଅଛନ୍ତି।