ସୁସ୍ଥ ହେଲେ ଓଡ୍ରାଫ୍‌ର ୧୩ କର୍ମଚାରୀ

ଛତ୍ରପୁର,୫ା୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ଉପକଣ୍ଠରେ ଥିବା ଅଷ୍ଟମ ବାଟାଲିୟନ ଅଧୀନ ଓଡ୍ରାଫ୍‌ ଓଡ଼ିଶା ବିପର୍ଯ୍ୟୟ ରାପିଡ୍‌ ଆକ୍ସନ ଫୋର୍ସର ୧୩ କର୍ମଚାରୀ କରୋନାରୁ ସୁସ୍ଥ ହୋଇଛନ୍ତି। ଏମାନେ ଭୁବନେଶ୍ୱରସ୍ଥିତ କୋଭିଡ୍‌ ହସ୍ପିଟାଲରୁ ଫେରି ହୋମ୍‌ କ୍ୱାରାଣ୍ଟାଇନ୍‌ରେ ଅଛନ୍ତି।
ମିଳିଥିବା ସୂଚନାନୁଯାୟୀ, ଅଷ୍ଟମ ବାଟାଲିୟନ ଅଧୀନରେ ଥିବା ଓଡ୍ରାଫ୍‌ ଟିମ୍‌ ବାତ୍ୟା ପରବର୍ତ୍ତୀ ପୁନରୁଦ୍ଧାର କାର୍ଯ୍ୟ ପାଇଁ ପଶ୍ଚିମବଙ୍ଗ ଯାଇଥିଲେ। ସେଠାରୁ କରୋନା ସଂକ୍ରମିତ ହୋଇ ଉକ୍ତ ୧୩ କର୍ମଚାରୀ ଓଡ଼ିଶା ଫେରିଥିଲେ। କୋଭିଡ୍‌ ଟେଷ୍ଟ ପରେ ଏମାନେ ପଜିଟିଭ୍‌ ଚି଼ହ୍ନଟ ହୋଇ ଭୁବନେଶ୍ୱରସ୍ଥିତ କୋଭିଡ୍‌ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ।

Share