କୋରାପୁଟ,୪।୩(ସ୍ବ.ପ୍ର.) – ଓଡିଶା ଲଳିତ କଳା ଏକାଡେମୀ ପକ୍ଷରୁ କୋରାପୁଟରେ ଏକ ଚିତ୍ରକଳା କର୍ମଶାଳା ଗୁରୁବାର ଆଞ୍ଚଳିକ ଆର୍ଟ ଗ୍ୟାଲେରିଠାରେ ଉଦ୍ଘାଟିତ ହୋଇଛି। ଜିଲାର ବିଭିନ୍ନ ଅଞ୍ଚଳରୁ ଆସିଥିବା ୩୦ ଜଣ ଆଦିବାସୀ ମହିଳା ଏଥିରେ ଅଂଶଗ୍ରହଣ କରିଥିଲେ। ଆଦିବାସୀ କଳା, ସଂସ୍କୃତି ଓ ପରମ୍ପରାକୁ ନେଇ ସେମାନେ ନିଜ କାନଭାସରେ ଚିତ୍ର ଆଙ୍କିଥିବା ଏକାଡେମୀର ସମ୍ପାଦକ ପଞ୍ଚାନନ ସାମଲ କହିଛନ୍ତି। ସେମାନଙ୍କ କାନଭାସକୁ ପ୍ରଥମେ କୋରାପୁଟର ଆଞ୍ଚଳିକ କଳା ପ୍ରଦର୍ଶନ କେନ୍ଦ୍ରରେ ପ୍ରଦର୍ଶିତ କରାଯିବା ପରେ ଏହି କଳାକୃତିକୁ ଭୁବେନେଶ୍ୱରରେ ପ୍ରଦର୍ଶିତ କରାଯିବ ସାମଲ ସୂଚନା ଦେଇଛନ୍ତି। ସଂଯୋଜିକା ବିନୋଦନୀ ସିଂଙ୍କ ତତ୍ୱାବଧାନରେ ଏହି କର୍ମଶାଳା ଦୁଇଦିନ ଧରି ଚାଲିବ ା ଆଦିବାସୀ ମହିଳାଙ୍କ ମଧ୍ୟରେ ଲୁକ୍କାୟିତ ପ୍ରତିଭାକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ଏଭଳି କର୍ମଶାଳା ଆୟୋଜିତ ହୋଇଛି। ଜୟପୁର କଳା ବିଦ୍ୟାଳୟର ଅଧ୍ୟକ୍ଷ ଯୁଧିଷ୍ଠିର ମଲିକ, ଲଳିତ କଳା ଏକାଡେମୀର ଶରତ ଚନ୍ଦ୍ର ସାମଲ, ମନୋରମା ଦାସ, ହାଇଦ୍ରାବାଦରୁ ଆସିଥିବା ଏମ. ରମେଶ ପ୍ରମୁଖ କର୍ମଶାଳା ପରିଚାଳନା କରୁଛନ୍ତି।