ଝାଡ଼ାବାନ୍ତିରେ ୩୫ ଛାତ୍ର ଆକ୍ରାନ୍ତ

ରାୟଗଡା ଅଫିସ,୮।୭: ରାୟଗଡା ଜିଲା ବିଷମ କଟକ ବ୍ଲକ ଅଧୀନ ଡୁମ୍ବୁରିନେଲି ସଦର ପଞ୍ଚାୟତ ଦଣ୍ଡାପୋଡା କେବିକେ ଛାତ୍ର ନିବାସରରେ ୩୫ଜଣ ଛାତ୍ର ଝାଡାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି। ଶୁକ୍ରବାର ରାତିରେ ହଷ୍ଟେଲ ଛାତ୍ରମାନେ ଖାଇବା ପରେ ଶୋଇଥିଲେ। ସକାଳୁ ଉଠିବା ପରେ ୩୫ଜଣ ଛାତ୍ର ଝାଡାବାନ୍ତିରେ ଆକ୍ରାନ୍ତ ହୋଇଥିଲେ। ଆକ୍ରାନ୍ତଙ୍କୁ ବିଷମ କଟକ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି।

ଦଣ୍ଡାପୋଡା ପ୍ରାଥମିକ ବିଦ୍ୟାଳୟରେ ଛାତ୍ରମାନେ ପଢୁଥିବା ବେଳେ କେବିକେ ହୋଷ୍ଟେଲରେ ରହୁଛନ୍ତି। ମିଳିଥିବା ସୂଚନା ମୁତାବକ, ଗୁରୁବାର ସନ୍ଧ୍ୟାରେ ସ୍କୁଲ ପରିସରରେ ଥିବା ଗଛରୁ ପାଚିଲା ପଣସ ଆଣି ଛାତ୍ରମାନେ ଖାଇଥିବା ଜଣାପଡିଛି। ଆକ୍ରାନ୍ତ ସମସ୍ତ ଛାତ୍ରଙ୍କୁ ବିଷମ କଟକ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଚିକିତ୍ସା ପରେ ସମସ୍ତ ଛାତ୍ରଙ୍କ ସ୍ବାସ୍ଥ୍ୟବସ୍ତା ସ୍ଥିର ଥିବା କହିଛନ୍ତି।

Share