Categories: ଜାତୀୟ

ଟନେଲରେ ଅଟକି ରହିଛନ୍ତି ୩୦ ଜଣ

ଚାମୋଲି,୮।୨: ହିମସ୍ଖଳନ ଉତ୍ତରାଖଣ୍ଡ ଚାମୋଲିରେ ଲୋକଙ୍କ ଆଖିରେ ଲୁହ ଭରିଛି। ହଠାତ୍‌ ଏଭଳି ଘଟଣା ଘଟିବାରୁ ନିଜ ନିଜ ନିତିଦିନିଆ କାମରେ ବ୍ୟସ୍ତ ଥିବା ଲୋକେ କିଛି ଜାଣିବା ପୂର୍ବରୁ ନିଖୋଜ ହୋଇଯାଇଛନ୍ତି। ଇତିମଧ୍ୟରେ ନିଖୋଜଙ୍କ ସଂଖ୍ୟା ୧୭୦ରେ ପହଞ୍ଚିଛି। ଉଦ୍ଧାରକାର୍ଯ୍ୟ ଯୁଦ୍ଧ କାଳୀନ ଭିର୍ତ୍ତିରେ ଜାରି ରହିଛି। ଏବେ ବି ତପୋବନ ପ୍ରୋଜେକ୍ଟର ଗୋଟିଏ ଟନେଲରେ ୩୦ ଜଣ ଲୋକ ଅଟକି ରହିଛନ୍ତି। ସେମାନଙ୍କୁ ଉଦ୍ଧାର କରିବା ଲାଗି ବାୟୁସେନା ପକ୍ଷରୁ ଉଦ୍ୟମ ଜାରି ରହିଛି। ରବିବାର ଏହାର ଅନ୍ୟ ଟନେଲରୁ ୧୨ ଜଣ ଲୋକଙ୍କୁ ସ୍ଥାନୀୟ ସ୍କାଉଟ୍‌ ଏବଂ ଆଇଟିବିପି ଯବାନଙ୍କ ସହାୟତାରେ ଉଦ୍ଧାର କରାଯାଇଥିଲା।

Share