Categories: ଜାତୀୟ

କଏଦୀଙ୍କ ଢେଲା ମାଡ଼ରେ ଜେଲରଙ୍କ ସମେତ ୩୦ ପୋଲିସ ଆହତ…

ଫତେଗଡ଼,୭।୧୧: ଉତ୍ତରପ୍ରଦେଶର ଫତେହଗଡ ଜିଲା ଜେଲରେ କଏଦୀମାନଙ୍କ ଢେଲା ମାଡ଼ରେ ଜେଳରଙ୍କ ସମେତ ୩-ୟ୦ ପୋଲିସ ଆହତ ହୋଇଛନ୍ତି। କଏଦୀ ଆକ୍ରମଣ, ଫାୟାରିଂ ଏବଂ ଅଗ୍ନିକାଣ୍ଡ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଏକ ସୁରକ୍ଷାକମୀଙ୍କ ଦଳ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଜିଲାପାଳ ସଞ୍ଜୟ ସିଂ ଜିଲା ଜେଲରେ ପହଞ୍ଚିଛନ୍ତି। କଏଦୀମାନଙ୍କୁ କାବୁ କରିବା ପାଇଁ ପୋଲିସ ଲୁହବୁହା ଗ୍ୟାସ ପ୍ରୟୋଗ କରିଛି।

ପୋଲିସ ଅଧୀକ୍ଷକ ଅଶୋକ କୁମାର ମୀନା କହିଛନ୍ତି ଯେ ଜିଲା ଜେଲରେ ପରିସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣରେ ରହିଛି। ସକାଳ ୭ଟା ୪୫ରେ ଜେଲରେ କଏଦୀମାନଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଥିଲା। ଜେଲର କଏଦୀ ସନ୍ଦୀପ ଯାଦବଙ୍କୁ ଡେଙ୍ଗୁ ହୋଇଥିଲା। ତାଙ୍କୁ ଚିକିତ୍ସା ପାଇଁ ସୈଫାଇ ହସ୍ପିଟାଲକୁ ପଠାଯାଇଥିଲା। ଶନିବାର ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ଏସୂଚନା ମିଳିବା ପରେ ଜେଲରେ ରବିବାର ସକାଳେ ବ୍ୟାରେକ ନମ୍ବର ୯ ଏବଂ ୨ ରେ କଏଦୀଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା। ସ୍ଥିତିକୁ ନିୟନ୍ତ୍ରଣ କରାଯିବା ପରେ କଏଦୀମାନଙ୍କୁ ଖାଦ୍ୟ ଦିଆଯାଇଛି।

ଡେପୁଟି ଜେଲର ଶୈଲେଶଙ୍କ ସମେତ ୩୦ ଜଣ ପୋଲିସ ଏହି ଘଟଣାରେ ଆହତ ହୋଇଛନ୍ତି। ଘଟଣାରେ ଜଣେ କଏଦୀ ଶିବମ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଜେଲ୍‌ରେ ଏଭଳି ଉତ୍ତେଜନା ସୃଷ୍ଟି କରିଥିବା କଏଦୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏନେଇ ଏକ ମାମଲା ପଞ୍ଜିକୃତ କରାଯିବ। ଏ ସମ୍ପର୍କରେ ତଦନ୍ତ କରାଯାଉଛି। ପୋଲିସ ଅଧୀକ୍ଷକ ଜେଲରେ ଗୁଳି ଚାଇନା ହୋଇଥିବା ଖବରକୁ ଖଣ୍ଡନ କରିଛନ୍ତି। ଆହତ କଏଦୀ ଶିବମ ଗୁଳି ଚଳାଇଥିବା କରିଛନ୍ତି କି ବୋଲି ପଚରାଯିବାରୁ ସେ ମନା କରିଦେଇଥିଲେ। ଏହା ଏକ ଅନୁସନ୍ଧାନର ବିଷୟ ବୋଲି କହିଛନ୍ତି। ଆସୁଥିବା ଡାକ୍ତରୀ ରିପୋର୍ଟ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ତେବେ କଏଦୀମାନେ ଜେଲରେ ଅଗ୍ନିକାଣ୍ଡ ଓ ଭଙ୍ଗାରୁଜା କରିଥିବା ପୋଲିସ ଅଧୀକ୍ଷକ ସ୍ବୀକାର କରିଛନ୍ତି। ଉତ୍ତେଜିତ କଏଦୀମାନେ ଜେଲର ମୁଖ୍ୟ ଫାଟକ ପର୍ଯ୍ୟନ୍ତ ଆସିଥିବା ସେ ସୂଚନା ଦେଇଛନ୍ତି।

Share