Categories: ଜାତୀୟ

୩୦ ବର୍ଷ ପରେ ଭାରତଠାରୁ ଚାଉଳ କିଣିଲା ଚାଇନା

ମୁମ୍ବାଇ,୩।୧୨: ସୀମା ବିବାଦ ସତ୍ତ୍ୱେ ଏବେ ଭାରତ- ଚାଇନା ସମ୍ପର୍କରେ ସାମାନ୍ୟ ସୁଧାର ଆସିଛି। ଦୀର୍ଘ ୩୦ ବର୍ଷ ପରେ ଚାଇନା ପ୍ରଥମ ଥର ଭାରତରୁ ଚାଉଳ କିଣିବା ଆରମ୍ଭ କରିଛି। ଭାରତ ବିଶ୍ୱର ସର୍ବବୃହତ୍‌ ଚାଉଳ ରପ୍ତାନିକାରୀ ଦେଶ ହୋଇଥିବାବେଳେ ଚାଇନାକୁ ରିହାତି ମୂଲ୍ୟରେ ଏହା ଯୋଗାଇଛି। ବାର୍ଷିକ ୪ ନିୟୁତ ଟନ୍‌ ଚାଉଳ ଭାରତଠାରୁ ଆମଦାନି କରିଥାଏ। ତେବେ ଚାଉଳର ମାନକୁ ନେଇ ଗତ କିଛିବର୍ଷ ହେବ ଭାରତଠାରୁ ଚାଉଳ ଆମଦାନି କରୁ ନ ଥିଲା। ଏବେ ଚାଉଳ ଯୋଗାଣ କମ୍‌ ରହିଛି। ଚାଇନାର ପାରମ୍ପରିକ ଚାଉଳ ଯୋଗାଣକାରୀ ରାଷ୍ଟ୍ର ଥାଇଲାଣ୍ଡ, ଭିଏତ୍‌ନାମ, ମ୍ୟାନ୍‌ମାର, ପାକିସ୍ତାନରେ ବଳକା ଚାଉଳ କମ୍‌ ରହିଛି। ଚାଇନାର ଆବଶ୍ୟକତା ମେଣ୍ଟାଇବାରେ ଏହା ଯଥେଷ୍ଟ କମ୍‌ ହେବ। ଏଥିସହ ଭାରତର ରିହାତି ଘୋଷଣା ଚାଇନାକୁ ପୁଣି ଆକୃଷ୍ଟ କରିଛି। ଫଳରେ ଚାଇନା ଭାରତୀୟ ଚାଉଳ ଆମଦାନି କରିବାକୁ ଆଗେଇ ଆସିଛି। ଆଗାମୀ ବର୍ଷ ଭାରତୀୟ ଚାଉଳର ମାନ ଦେଖିବା ପରେ ଚାଇନା ଅଧିକ ଆମଦାନି କରିବ ବୋଲି ଚାଉଳ ରପ୍ତାନିକାରୀ ମହାସଂଘର ସଭାପତି ବି.କେ. କ୍ରିଷ୍ଣ ରାଓ ପ୍ରକାଶ କରିଛନ୍ତି।

Share