ଥିରୁଭାନନ୍ତପୁରମ୍,୧୮।୯: ଦେଶର ସର୍ବ କନିଷ୍ଠ ମେୟର ଭାବରେ ଦେଶରେ ଦୃଷ୍ଟି ଆକର୍ଷଣ କରିଥିବା ଥିରୁବନନ୍ତପୁରମ ମେୟର ଆର୍ଯ୍ୟା ରାଜେନ୍ଦ୍ରନ ଏକ ମାସର ଶିଶୁକନ୍ୟା ସହିତ ତାଙ୍କ କାର୍ଯ୍ୟାଳୟରେ କାମ କରୁଥିବା ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଫଟୋରେ ଆର୍ଯ୍ୟା ତାଙ୍କ ଶିଶୁଙ୍କୁ ଧରି ଫାଇଲଗୁଡ଼ିକୁ ସମୀକ୍ଷା କରୁଥିବା ଦେଖଦେଇଛି। ଏହି ଫଟୋ ଭାଇରାଲ ପରେ ତାଙ୍କୁ ପ୍ରଶଂସା କରାଯାଉଛି।
୨୪ ବର୍ଷୀୟା ଆର୍ଯ୍ୟା ରାଜେନ୍ଦ୍ରନ ଦେଶର ସର୍ବ କନିଷ୍ଠ ମେୟର ଭାବରେ ୨୦୨୦ରେ କାର୍ଯ୍ୟଭାର ଗ୍ରହଣ କରିଥିଲେ। ସେତେବେଳକୁ ତାଙ୍କୁ ୨୧ ବର୍ଷ ହୋଇଥିଲା। ସେ କେରଳ ବିଧାନସଭାର ସର୍ବ କନିଷ୍ଠ ବିଧାୟକ ସିପିଆଇ (ଏମ) ବିଧାୟକ ସଚିନ ଦେବଙ୍କୁ ବିବାହ କରିଛନ୍ତି। ଅଗଷ୍ଟ ୧୦ରେ ଏହି ଦମ୍ପତି ପ୍ରଥମ ଶିଶୁ କନ୍ୟାକୁ ସ୍ବାଗତ କରିଥିଲେ।