ନବାଗତଙ୍କ ଠାରୁ ହାରିଗଲେ ବିଜେଡିର ଏହି ୧୨ ମନ୍ତ୍ରୀ

ଭୁବନେଶ୍ୱର,୪।୬: ରାଜ୍ୟରେ ୨୦୨୪ ନିର୍ବାଚନର ଫଳାଫଳ ସମସ୍ତଙ୍କ ଚକିତ କରିଛି । ଓଡ଼ିଶାରେ କ୍ଷମତାସୀନ ବିଜେଡିର ଦୁର୍ଗ ଭୁଶୁଡିଛି । ବିଜେଡିର ବହୁ ହେଭିୱେଟ ନେତା ପରାଜିତ ହୋଇଛନ୍ତି ଓ ଅନେକ ନେତାଙ୍କୁ ଶୋଚନୀୟ ଭାବେ ହାରିଥିବା ନିର୍ବାଚନୀ ଫଳାଫଳ ଟ୍ରେଣ୍ଡରୁ ସ୍ପଷ୍ଟ ହୋଇଛି । ଚଳିତ ବିଧାନସଭା ନିର୍ବାଚନରେ ଭାଜପାକୁ ୭୮ ଆସନ ମିଳିଥିବାବେଳେ ବିଜେଡିକୁ ୫୧ ଆସନ ମିଳିଛି। ଏହାରି ଭିତରେ ଅନେକ ବିଜେଡିର ପାୱାରଫୁଲ ମନ୍ତ୍ରୀ ଓ ନେତା ପରାଜୟ ବରଣ କରିଛନ୍ତି ।

ଏହି ଲିଷ୍ଟରେ ଅଛନ୍ତି ଏକାମ୍ର ଭୁବନେଶ୍ବର ନିର୍ବାଚନମଣ୍ଡଳୀର ବିଜେଡି ପ୍ରାର୍ଥୀ ତଥା ମନ୍ତ୍ରୀ ଅଶୋକ ପଣ୍ଡା । ତାଙ୍କୁ ଭାଜପା ପ୍ରାର୍ଥୀ ବାବୁ ସିଂ ହରାଇଛନ୍ତି । ଅନ୍ୟପଟେ ସୁକିନ୍ଦାରେ ମଧ୍ୟ ଟାଣୁଆ ଯୁବ ନେତା ପ୍ରୀତିରଞ୍ଜନ ଘଡ଼ାଇ ମଧ୍ୟ ୨୦୨୪ ବାଜି ହାରି ଯାଇଛନ୍ତି । ତାଙ୍କୁ ଭାଜପାର ପ୍ରଦୀପ ବଳ ସାମନ୍ତ ହରାଇଛନ୍ତି । ବିଜେଡିର ଟାଣୁଆ ନେତ୍ରୀ ତଥା ପରିବହନ ମନ୍ତ୍ରୀ ଟୁକୁନି ସାହୁ ଟିଟଲାଗଡ ବିଧାନସଭା ଆସନରେ ପରାଜୟ ବରଣ କରିଛନ୍ତି । ସେଠାରେ ତାଙ୍କୁ ଭାଜପାର ନବୀନ କୁମାର ଜେନ ହରାଇଛନ୍ତି । ଏହାସହ ମହାକାଳପଡ଼ାରେ ଟାଣୁଆ ବିଜେଡି ନେତା ତଥା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ପରାଜୟ ବରଣ କରିଛନ୍ତି । ତାଙ୍କୁ ଭାଜପାର ଦୁର୍ଗାପ୍ରସନ୍ନ ନାୟକ ହରାଇଛନ୍ତି ।

ସେହିପରି କାମାକ୍ଷାନଗରରେ ବିଜେଡିର ଟାଣୁଆ ନେତା ତଥା କ୍ୟାବିନେଟ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ପରାଜୟ ବରଣ କରିଛନ୍ତି। ତାଙ୍କୁ ଭାଜପା ପ୍ରାର୍ଥୀ ଶତୃଘ୍ନ ଜେନା ହରାଇଛନ୍ତି । ଅନ୍ୟପଟେ, ବାଲେଶ୍ବରର ଜଳେଶ୍ବରରୁ ପରାଜୟ ବରଣ କରିଛନ୍ତି ମନ୍ତ୍ରୀ ତଥା ବିଜେଡିର ଟାଣୁଆ ନେତା ଅଶ୍ବିନୀ ପାତ୍ର । ତାଙ୍କୁ ଭାଜପାର ବ୍ରଜମୋହନ ପ୍ରଧାନ ହରାଇଛନ୍ତି । ସେହିପରି ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଭଞ୍ଜନଗର ଆସନରୁ ଭାଜପାର ପ୍ରଦ୍ୟୁମ୍ନ କୁମାର ନାୟକଙ୍କ ଠାରୁ ପରାଜିତ ହୋଇଛନ୍ତି। ମନ୍ତ୍ରୀ ପ୍ରଦୀପ କୁମାର ଅମାତ ବୌଦ୍ଧ ଆସନରୁ ଭାଜପାର ସରୋଜ ପ୍ରଧାନଙ୍କ ଠାରୁ ହାରିଛନ୍ତି। ମନ୍ତ୍ରୀ ସୁଦାମ ମାର୍ଣ୍ଡି ମୟୂରଭଞ୍ଜ ଆସନରୁ ଭାଜପାର ନବଚରଣ ମାଝୀଙ୍କ ଠାରୁ ବଡ଼ ବ୍ୟବଧାନରେ ହାରିଛନ୍ତି।

ସେହିପରି ମନ୍ତ୍ରୀ ପ୍ରୀତିରଞ୍ଜନ ଘଡାଇ ସୁକିନ୍ଦା ଆସନରୁ ଭାଜପାର ପ୍ରଦୀପ ବଳସାମନ୍ତଙ୍କଠୁ ପରାଜିତ ହୋଇଛନ୍ତି । ମନ୍ତ୍ରୀ ରୀତା ସାହୁ ବିଜେପୁର ଆସନରୁ ଭାଜପାର ସନତ ଗରତିଆଙ୍କଠୁ ହାରି ଯାଇଛନ୍ତି । ସେହିପରି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଭୁବନେଶ୍ୱର-ଏକାମ୍ର ଆସନରୁ ଭାଜପାର ବାବୁ ସିଂଙ୍କଠୁ ପରାଜିତ ହୋଇଛନ୍ତି । ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା ବିଷମକଟକ ଆସନରୁ ନିଜର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ନୀଳମାଧବ ହିକ୍କାଙ୍କଠୁ ପରାଜିତ ହୋଇଥିବା ହୋଇଛନ୍ତି । ସେହିପରି ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ କରଞ୍ଜିଆ ଆସନରୁ ଭାଜପାର ପଦ୍ମଚରଣ ହାଇବ୍ରୁଙ୍କଠୁ ପରାଜିତ ହୋଇଛନ୍ତି । ତେବେ ମନ୍ତ୍ରୀ ଉଷା ଦେବୀ ନିଜେ ନିର୍ବାଚନ ନ ଲଢି ତାଙ୍କ ପୁଅ ଚିନ୍ମୟାନନ୍ଦ ସ୍ବରୂପଦେବଙ୍କୁ ଚିକିଟି ଆସନରୁ ପ୍ରାର୍ଥୀ କରିଥିଲେ । ହେଲେ ସେଠାରୁ ଭାଜପାର ମନୋରଞ୍ଜନ ଦ୍ୟାନସାମନ୍ତରାୟଙ୍କଠୁ ସେ ପରାଜିତ ହୋଇଛନ୍ତି ।

ତେବେ ମନ୍ତ୍ରୀ ନିରଞ୍ଜନ ପୂଜାରୀ, ରାଜେନ୍ଦ୍ର ଢୋଲକିଆ, ପ୍ରତାପ କେଶରୀ ଦେବ, ରଣେନ୍ଦ୍ର ପ୍ରତାପ ସ୍ବାଇଁ, ଶାରଦା ପ୍ରସାଦ ନାୟକ, ତୁଷାରକାନ୍ତି ବେହେରା ଓ ଅଶ୍ୱିନୀ କୁମାର ପାତ୍ର ବିଜୟୀ ହୋଇଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଅଚାନକ ପରିଦର୍ଶନ: ସବ୍‌ଟ୍ରଜେରୀ କାର୍ଯ୍ୟାଳୟରେ କର୍ମଚାରୀଙ୍କୁ ନ ଦେଖି ବିଧାୟକ କ୍ଷୁବ୍ଧ

ଦିଗପହଣ୍ଡି,୫।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବିଧାୟକ ଡ. ସିଦ୍ଧାନ୍ତ ମହାପାତ୍ର ଶନିବାର ଦିଗପହଣ୍ଡି ସବ୍‌ ଟ୍ରେଜେରୀ କାର୍ଯ୍ୟାଳୟକୁ ଅଚାନକ ପରିଦର୍ଶନରେ ଯାଇଥିଲେ। ମଧ୍ୟାହ୍ନ...

ଫରେଷ୍ଟର ଆତ୍ମହତ୍ୟା ଘଟଣା: ରାୟଗଡ଼ା ଡିଏଫ୍‌ଓ ଦେବେନ୍ଦ୍ର ବେହେରା ନିଲମ୍ବିତ

ଭବାନୀପାଟଣା,୫ା୧୦ (ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ଜାରିଙ୍ଗ ସିଲଭି କଲଚର ହାଇଟେକ ନର୍ସରୀ ଫରେଷ୍ଟର ସଞ୍ଜୟ ନାୟକ (୩୩)ଙ୍କ ଆତ୍ମହତ୍ୟା ଘଟଣାରେ...

ପୁଣି ପୋଲିସର ଦାଦାଗିରି: ଦୁଇ ଭାଇଙ୍କୁ ଉଠାଇ ନେଇ ଦେଲେ ଥାର୍ଡ ଡିଗ୍ରୀ

ବଣାଇଁ, ୫।୧୦(ପ୍ରଦୀପ ତ୍ରିପାଠୀ): ଦୁଇ ମାସ ତଳେ ରେଳ ଇଞ୍ଜିନରୁ ତେଲ ଚୋରି ଘଟଣାରେ ସମ୍ପୃକ୍ତି ଦର୍ଶାଇ ଗତ ୨ ତାରିଖ ରାତିରେ ରେଲୱେ ପୋଲିସ...

ହେମଗିରରେ ପୁଣି ଠାବ ହେଲା କଳାବାଘ

ସୁନ୍ଦରଗଡ,୫।୧୦(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ ବନଖଣ୍ଡର ହେମଗିର ବନାଞ୍ଚଳ ଅଧୀନ ଦାଘୋରା ଜଙ୍ଗଲର ଗର୍ଜନ ପାହାଡରେ ପୁଣି ବ୍ଲାକ୍‌ ପାନ୍ଥର ବା କଳାବାଘ ଠାବ ହୋଇଛି।...

ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ପ୍ରତି ବ୍ଲକରେ ହେବ…

ଭୁବନେଶ୍ୱର,୫।୧୦: ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂ ଦେଓଙ୍କ ବଡ଼ ସୂଚନା। ପ୍ରତି ବ୍ଲକରେ ହେବ ଶୀତଳ ଭଣ୍ଡାର। ଆଗାମୀ ୫ ବର୍ଷରେ ପ୍ରତି ବ୍ଲକରେ ହେବ ଶୀତଳ...

ଭାଜପାରେ ମିଶିଲେ ବିଜୁ ଛାତ୍ର ଜନତା ଦଳର ଜିଲା ସଭାପତି

କେନ୍ଦୁଝର,୫ା୧୦(ନରେଶ ଚନ୍ଦ୍ର ପଟ୍ଟନାୟକ): ବିଜୁ ଛାତ୍ର ଜନତା ଦଳର କେନ୍ଦୁଝର ଜିଲା ଛାତ୍ର ସଭାପତି ଅବିନାଶ ପଟ୍ଟନାୟକ ଶନିବାର ବିଧିବଦ୍ଧ ଭାବେ ଭାରତୀୟ ଜନତା ପାର୍ଟିରେ...

ଉଠା ଦୋକାନୀଙ୍କୁ ଉଚ୍ଛେଦ ମସୁଧା

ବରଗଡ଼,୫।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ରହିଥିବା ସମ୍ମିଳନୀ କକ୍ଷରେ ଶନିବାର ଜିଲା ସଡ଼କ ସୁରକ୍ଷା କମିଟିର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ...

ଦଳିଦେବା ପରେ ମୃତଦେହକୁ ଜଗିରହିଲା ଦନ୍ତା: କାରଣ ଜାଣିଲେ…

ଦେବଗଡ଼,୫।୧୦(ଶଶାଙ୍କ ଶେଖର ଝାଙ୍କର) ଶୌଚ ପାଇଁ ଯାଇଥିବା ବେଳେ ଦଳି ଦେଲା ଦନ୍ତା । ଘଟଣାସ୍ଥଳରେ ହିଁ ଚାଲିଗଲା ବ୍ୟକ୍ତିଙ୍କ ଜୀବନ। ଦେବଗଡ଼ ବନଖଣ୍ଡ ରିଆମାଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri