ମାଧୁରୀଙ୍କୁ ନିଜ ବେଡ୍‌ରୁମ୍‌କୁ ନେବାକୁ ଚାହୁଁଛନ୍ତି ୧୭ ବର୍ଷର ସାନ ଏହି ଅଭିନେତା

ବଲିଉଡ୍‌ର ଧକ୍‌ ଧକ୍‌ ଗର୍ଲ ମାଧୁରୀ ଦୀକ୍ଷିତ ସବୁଠୁ ଲୋକପ୍ରିୟ ଅଭିନେତ୍ରୀଙ୍କ ମଧ୍ୟରେ ଅନ୍ୟତମ। ତାଙ୍କର ସମଗ୍ର ବିଶ୍ୱରେ ଲକ୍ଷରେ ନୁହେଁ, କୋଟିରେ ପ୍ରଶଂସକ ରହିଛନ୍ତି। ଏପରିକି ବଲିଉଡ୍‌ର ଅନେକ କଳାକାର ମଧ୍ୟ ତାଙ୍କର ପ୍ରଶଂସକ। ଅଭିନୟ କ୍ୟାରିୟରରେ ମାଧୁରୀ ଅନେକ ଭୂମିକାରେ ଅଭିନୟ କରିଛନ୍ତି। ତାଙ୍କର ସମସ୍ତ ଲୁକ୍‌କୁ ପ୍ରଶଂସକ ପସନ୍ଦ ମଧ୍ୟ କରନ୍ତି। ବଲିଉଡ୍‌ର ଯୁବ ତାରକାମାନେ ମଧ୍ୟ ତାଙ୍କ ସହ କାମ କରିବାକୁ ଚାହୁଁଛନ୍ତି। ନିକଟରେ ବଲିଉଡ୍‌ର ଯୁବ ତାରକା ସିଦ୍ଧାର୍ଥ ମଲହୋତ୍ରା କରଣ ଜୋହରଙ୍କ ପ୍ରସିଦ୍ଧ ଶୋ’ ‘କଫି ଓ୍ବିଥ୍‌ କରଣ’ରେ ପହଞ୍ଚି ମାଧୁରୀଙ୍କ ବିଷୟରେ ଏକ ଆଶ୍ଚର୍ଯ୍ୟଜନକ କଥା କହିଥିଲେ।
ଏହି ଅବସରରେ କରଣ ସିଦ୍ଧାର୍ଥଙ୍କୁ ପଚାରିଥିଲେ ଯେ, କେଉଁ ବଲିଉଡ୍‌ ଅଭିନେତ୍ରୀଙ୍କୁ ତୁମେ ତୁମର ବେଡ୍‌ରୁମ୍‌କୁ ନେବାକୁ ଚାହୁଁଛ। ସଙ୍ଗେ ସଙ୍ଗେ ସିଦ୍ଧାର୍ଥ ମାଧୁରୀଙ୍କ ନାମ ନେଇଥିଲେ। ସିଦ୍ଧାର୍ଥଙ୍କ ମୁହଁରୁ ମାଧୁରୀଙ୍କ ନାମ ଶୁଣିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ସିଦ୍ଧାର୍ଥଙ୍କ ସହ କରଣଙ୍କ ଏହି ଶୋ’ରେ ଆଲିଆ ଭଟ୍ଟ, ବରୁଣ ଧାଓ୍ବନ ପହଞ୍ଚିଥିଲେ।

Share