Categories: ଫୁରସତ

ଭାଗ୍ୟ ବଦଳାଇବ ୨୧ ବର୍ଷ ତଳର ପୁରୁଣା ବହି: ହୋଇଯିବେ ଲକ୍ଷପତି

କୁହାଯାଏ, ଭଗବାନ ଯେତେବେଳେ ଦିଅନ୍ତି, ଛପର ଫାଡି ଦେଇନ୍ତି। ବେଳେ ବେଳେ ଖଜାନା ଆମ ଆଖି ସାମ୍ନାରେ ଥାଏ, ହେଲେ ଆମେ ତାହାକୁ ଜାଣିପାରି ନ ଥାଉ। ଏମିତି କିଛି ଜିନିଷ ହେଉ ଅବା ପୁରୁଣା ଟଙ୍କା, ଆମକୁ ତାର ମୂଲ୍ୟ ବିଷୟରେ ଜଣା ନ ଥାଏ। ସେମିତି ହେଉଛି ଏକ ବହି। ୨୧ ବର୍ଷ ତଳର ଏକ ବହିକୁ ବିକ୍ରିକରି ଆପଣ ୭୧ ଲକ୍ଷ ଟଙ୍କା ପାଇପାରିବେ। ଏହି ବହିରେ ଥିବା ଏକ ଭୁଲ ପାଇଁ ଏହାର ମୂଲ୍ୟ ଏତେ ବଢ଼ିଯାଇଛି।


ଏହି ବହିଟି ହେଉଛି ୨୧ ବର୍ଷ ତଳେ ପବ୍ଲିସ ହୋଇଥିବା ‘ହ୍ୟାରି ପୋଟର ଆଣ୍ଡ ଫିଲୋସଫରର୍ସ ଷ୍ଟୋନ’। ହ୍ୟାରି ପୋଟର ସିଜିନ୍‌ର ଏହା ହେଉଛି ପ୍ରଥମ ପୁସ୍ତକ। ଏହି ବହିର ୫୩ ନମ୍ବର ପୃଷ୍ଠାରେ ଏକ ଭୁଲ ରହିଯାଇଥିଲା। ଏହାର ମାତ୍ର ୫ଶହ କପି ଛପା ଯାଇଥିଲା। ଏହି କାରଣରୁ ଏହାକୁ ବିକ୍ରି କରାଯାଇ ନ ଥିଲା। ଏବେ ଉକ୍ତ ଏଡିଶନର ଏକ ବହି ସାମ୍ନାକୁ ଆସିଥିଲା। ଏହାକୁ ନିଲାମ ଡକାଯାଇ ୭୧ ଲକ୍ଷରେ ବିକ୍ରି କରାଯାଇଛି। ଏହା ୩୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ନିଲାମ ଯିବ ବୋଲି ଆଶା କରାଯାଉଥିଲା। ମାତ୍ର ବହିଟି ଭଲ ଅବସ୍ଥାରେ ଥିବାରୁ ୭୧ ଲକ୍ଷରେ ବିକ୍ରି ହୋଇଛି। ଏହି ଏଡିଶନରେ କିଛି ସ୍ପେଲିଙ୍ଗ୍‌ ମଧ୍ୟ ଭୁଲ ରହିଛି। ତେବେ ଯଦି ଏହି ବହି ଆଉ କାହାପାଖରେ ଥାଏ ତେବେ ସେ ନିଲାମ ଡାକି ଲକ୍ଷପତି ହୋଇପାରିବେ।

Share