Categories: ଖେଳ

ପୁଟିନ୍‌ଙ୍କ ଆମନ୍ତ୍ରଣକୁ ସ୍ବିକାର କଲେ ୭ ଫୁଟ୍‌ର ଏହି ବକ୍ସିଂ ଚାମ୍ପିୟନ: ୟୁକ୍ରେନ୍‌ ସହ ଲଢ଼ିବେ ଯୁଦ୍ଧ

ମସ୍କୋ,୧।୧୦: ରୁଷିଆ-ୟୁକ୍ରେନ୍‌ ମଧ୍ୟରେ ଯୁଦ୍ଧ ଏବେ ବି ଜାରି ରହିଛି। ପ୍ରାୟ ୭ ମାସ ଧରି ଲାଗିରହିଥିବା ଏହି ଯୁଦ୍ଧରେ ବହୁ ଧନଜୀବନ ହାନି ହୋଇଥିବା ବେଳେ ୟୁକ୍ରେନ୍‌ର ୪ ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳ ରୁଷିଆରେ ବିଲୟ ହୋଇଛି। ଏବେ ଏହି ଯୁଦ୍ଧରେ ଦୁଇ ଥର ବିଶ୍ୱ ହେଭିଓ୍ବେଟ୍‌ ବକ୍ସିଂ ଚାମ୍ପିୟନ ନିକୋଲାଇ ଭାଲୁଏଭ୍‌ ସାମିଲ ହେବାକୁ ଯାଉଛନ୍ତି। ୭ ଫୁଟ ଉଚ୍ଚ ଏବଂ ୧୫୦ କିଲୋରୁ ଅଧିକ ଓଜନର ନିକୋଲାଇଙ୍କୁ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ୟୁକ୍ରେନ୍‌ରେ ନିୟୋଜନ ପାଇଁ ସେନାରେ ଯୋଗଦେବାକୁ ଆମନ୍ତ୍ରିତ କରିଥିଲେ। ସେ ରାଷ୍ଟ୍ରପତିଙ୍କ କଥାକୁ ସ୍ବିକାର କରିନେଇଛନ୍ତି। ୩୯ ବର୍ଷୀୟ ଏହି ବକ୍ସର ଏବେ ରୁଷିୟ ସେନାରେ ଭର୍ତ୍ତି ହୋଇ ୟୁକ୍ରେନ ବିପକ୍ଷ ଯୁଦ୍ଧରେ ଭାଗନେବେ।

ନିକୋଲାଇ ଏକ ସାକ୍ଷାତକାରରେ କହିଛନ୍ତି, ରୁଷିଆ ଏବେ ବି ଯୁଦ୍ଧ ଲଢ଼ୁଛି। ମୁଁ ଭାବୁଛି କି ସମସ୍ତଙ୍କୁ ଏକ ସମନ ମିଳିଛି। ମୋତେ ବି ମିଳିଛି। ପ୍ରଶ୍ନ ଏହା ଯେ ମୁଁ ଯିବି କି? ବିଲ୍‌କୁଲ୍‌ ଯିବି। ମୋ ସାଥୀ(ମନ୍ତ୍ରୀମାନେ) ଠିକ୍‌ ଅଛନ୍ତି। ସେମାନେ ସେନାରେ ଯୋଗ ଦେଇଛନ୍ତି। ହେଲେ ମୁଁ ପ୍ରଥମେ ମୋ ଘରକୁ ଯିବି। ସେଠାରୁ ମୁଁ ସେନାରେ ଭର୍ତ୍ତି ହେବାକୁ ରେଜିଷ୍ଟ୍ରେଶନ କରିବି ବୋଲି ସେ କହିଛନ୍ତି।

କହିରଖୁଛୁ, ନିକୋଲାଇ ବିଶ୍ୱର ସବୁଠାରୁ ଲମ୍ବା ବକ୍ସର ଭାବେ ଜଣାଶୁଣା। ଆହତ ସମସ୍ୟା ଯୋଗୁ ୨୦୦୯ରେ ସେ ସନ୍ୟାସ ନେଇଥିଲେ। ଏହାପରେ ସେ ପୁଟିନଙ୍କ ଦଳରେ ସାମିଲ ହୋଇ ରାଜନୀତିରେ ସକ୍ରିୟ ହୋଇଥିଲେ। ଏହାଛଡ଼ା ସେ ଫିଲ୍ମରେ ମଧ୍ୟ କାମ କରିଛନ୍ତି।

Share