Categories: ଖେଳ

ରୋହିତଙ୍କ ଲାଗି ନିରବି ଗଲେ ଦର୍ଶକ, ସ୍ତବ୍ଧ ହୋଇଗଲେ ସ୍ତ୍ରୀ ରିତିକା

ମୁମ୍ବାଇ, ୨।୧୧: ବିଶ୍ୱକପ୍‌ ୨୦୨୩ରେ ଟିମ୍‌ ଇଣ୍ଡିଆ ଶ୍ରୀଲଙ୍କା ବିପକ୍ଷରେ ଗୁରୁବାର ମଇଦାନକୁ ଓହ୍ଲାଇଛି। ସେମିଫାଇନାଲ ଟିକେଟ ଲାଗି ମ୍ୟାଚ୍‌ର ଗୁରୁତ୍ୱ ଅଧିକ ରହିଥିବା ବେଳେ ନିରାଶ କରିଛନ୍ତି ଅଧିନାୟକ ରୋହିତ ଶର୍ମା। କାରଣ ଫର୍ମରେ ଥିବା ରୋହିତ ଦୁଇଟି ବଲ୍‌ ହିଁ ଖେଳି ପ୍ୟାଭିଲିୟନ ଫେରିଥିଲେ। ତାଙ୍କର ଉଇକେଟ ଯିବା ପରେ ଓ୍ବାଙ୍ଖଡେ ଷ୍ଟାଡିୟମରେ ଉପସ୍ଥିତ ଦର୍ଶକଙ୍କ ସହ ସ୍ତ୍ରୀ ରିତିକା ସ୍ତବ୍ଧ ହୋଇଯାଇଥିଲେ। କିଛି ସେକେଣ୍ଡ ଲାଗି ସବୁକିଛି ନିରବି ଯାଇଥିଲା।

ମ୍ୟାଚ୍‌ରେ ଶ୍ରୀଲଙ୍କା ଟସ୍‌ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଟସ୍‌ ବେଳେ ରୋହିତ ପ୍ରଥମେ ବ୍ୟାଟିଂ କରିବାକୁ ଚାହୁଁଥିବା ପ୍ରକାଶ କରିଥିଲେ। ଏହି ନିଷ୍ପତ୍ତିରେ ଦମ୍‌ ଥିଲେ ହେଁ ସେ ଏହାର ଲାଭ ଉଠାଇପାରିନାହାନ୍ତି। ଦିଲଶାନ ମଦୁଶଙ୍କାଙ୍କ ବଲ୍‌ର ସେ କ୍ଲିନ୍‌ ବୋଲ୍ଡ ହୋଇଥିଲେ। ମାତ୍ର ୪ ରନ୍‌ କରି ସେ ଆଉଟ୍‌ ହୋଇଥିଲେ। ଦିନିକିଆ କ୍ରିକେଟରେ ଏହା ରୋହିତଙ୍କ ୨୫୦ତମ ଇନିଂସ ଥିଲା।

 

Share