ଐଶ୍ୱର୍ଯ୍ୟାଙ୍କୁ ପାଗଳ ଭଳି ଦେଖନ୍ତି ଏହି ଅଭିନେତା

ଐଶ୍ୱର୍ଯ୍ୟାଙ୍କୁ ପାଗଳ ଭଳି ଦେଖନ୍ତି ଏହି ଅଭିନେତା
ବଲିଉଡରେ ଅନେକ ସୁନ୍ଦରୀ ଅଛନ୍ତି, ଯାହାଙ୍କ ସୌନ୍ଦର୍ଯ୍ୟରେ ଦର୍ଶକ ପାଗଳ। ମାତ୍ର ଯେତେବେଳେ ସବୁଠାରୁ ସୁନ୍ଦରୀ ଅଭିନେତ୍ରୀଙ୍କ କଥା ଆସେ, ସେତେବେଳେ ପ୍ରଥମ ନାମ ଐଶ୍ୱର୍ଯ୍ୟା ରାୟଙ୍କ ଆସେ। ଐଶ୍ୱର୍ଯ୍ୟାଙ୍କ ସୌନ୍ଦର୍ଯ୍ୟରେ ପୁରା ଦୁନିଆ ପାଗଳ। ତାଙ୍କର ଲକ୍ଷ ଲକ୍ଷ ପ୍ରଶଂସକ ଅଛନ୍ତି। ଆପଣ କ’ଣ ଜାଣନ୍ତି ସେଲିବ୍ରିଟି ଐଶ୍ୱର୍ଯ୍ୟାଙ୍କ ପ୍ରଶଂସା କରନ୍ତି। ଏକ ସାକ୍ଷାତକାରରେ ଅଭିନେତା ଅକ୍ଷୟ ଖାନ୍ନା ଐଶ୍ୱର୍ଯ୍ୟାଙ୍କ ବିଷୟରେ କିଛି କହିଥିଲେ। ଯେଉଁଥିରୁ ସ୍ପଷ୍ଟ ହୋଇଥିଲା ଯେ ଅକ୍ଷୟ ଐଶ୍ୱର୍ଯ୍ୟାଙ୍କ ଏତେ ବଡ ପ୍ରଶଂସକ ସୌନ୍ଦର୍ଯ୍ୟରେ ପାଗଳ। ଐଶ୍ୱର୍ଯ୍ୟାଙ୍କ ଏବଂ ଅକ୍ଷୟ ମଧ୍ୟ ଦୁଇଟି ଚଳଚ୍ଚିତ୍ରରେ ଏକାଠି କାମ କରିଛନ୍ତି। ତେବେ ଜାଣନ୍ତୁୁ ଅକ୍ଷୟ ଐଶ୍ୱର୍ଯ୍ୟାଙ୍କ ବିଷୟରେ କ’ଣ କହିଛନ୍ତି।

ଐଶ୍ୱର୍ଯ୍ୟା ଏବଂ ଅକ୍ଷୟ ‘ତାଲ’ ଏବଂ ‘ଆ ଅବ୍‌ ଲୌଟ ଚଲେ’ ଫିଲ୍ମରେ ଏକାଠି କାମ କରିଥିଲେ। ଉଭୟ ଚଳଚ୍ଚିତ୍ରରେ ଐଶ୍ୱର୍ଯ୍ୟା ଏବଂ ଅକ୍ଷୟଙ୍କ ଯୋଡି ଦର୍ଶକଙ୍କୁ ପସନ୍ଦ ଆସିଥିଲା। ୨୦୧୭ ମସିହାରେ ଅକ୍ଷୟ ତାଙ୍କ ଚଳଚ୍ଚିତ୍ର ‘ଇତ୍ତଫାକ’ର ପ୍ରମୋଶନ ସମୟରେ କରଣ ଜୋହରଙ୍କ ଟକ ଶୋରେ ପହଞ୍ଚିଥିଲେ। ଏହି ଶୋ’ରେ କରଣ ଅକ୍ଷୟଙ୍କୁ ପ୍ରଶ୍ନ କରିଥିଲେ ଯି, ଇଣ୍ଡଷ୍ଟ୍ରିର ସବୁଠାରୁ ସେକ୍ସି ଅଭିନେତ୍ରୀ କିଏ। ଏହାର ଜବାବରେ ଅକ୍ଷୟ ଐଶ୍ୱର୍ଯ୍ୟାଙ୍କ ନାମ ନେଇଥିଲେ। ଅକ୍ଷୟ ଐଶ୍ୱର୍ଯ୍ୟାଙ୍କ ନାମ ନେଇ କହିଥିଲେ ଯେ, ‘ଯେତେବେଳେ ମୁଁ ତାଙ୍କୁ ଭେଟେ, ମୁଁ ତାଙ୍କୁ ଦେଖିକି ହିଁ ରହିଯାଏ। ଏହା ପୁରୁଷମାନଙ୍କ ପାଇଁ ଅତ୍ୟନ୍ତ ଲଜ୍ଜାଜନକ, କିନ୍ତୁ ଐଶ୍ୱର୍ଯ୍ୟା ନିଶ୍ଚୟ ଏଥିରେ ଅଭ୍ୟସ୍ତ ହୋଇ ଯାଇଥିବେ। ମୁଁ ପାଗଳ ପରି ତାଙ୍କୁ ଦେଖେ।

Share