ସୁପରହିଟ୍‌ ଲିଷ୍ଟରେ ନାହିଁ ଏହି ଅଭିନେତାଙ୍କ ନାମ

ମୁମ୍ବାଇ: ହିନ୍ଦୀ ଫିଲ୍ମ ଏକ ଶତାବ୍ଦୀରୁ ଅଧିକ ସମୟ ଅତିବାହିତ କରିଛି। ୧୯୧୩ରେ ଆସିଥିବା ‘ରାଜା ହରିଶ୍ଚନ୍ଦ୍ର’ ଫିଲ୍ମର ଆରମ୍ଭ ବୋଲି ବିବେଚନା କରାଯାଏ। ବହୁବର୍ଷ ଧରି ଫିଲ୍ମର ରୂପ ଅନେକ ଥର ବଦଳିଛି, କିନ୍ତୁ ହିଟ୍‌ ଏବଂ ଫ୍ଲପ ଫିଲ୍ମର ବିତର୍କ ସବୁବେଳେ ସମାନ ରହିଆସିଛି। ଆଜି ସମସ୍ତ ସମ୍ବଳ ରହିଛି କିନ୍ତୁ ନିର୍ମାତାମାନେ ଫିଲ୍ମକୁ କିପରି ସଫଳ କରିବେ ସେ ବିଷୟକୁ ନେଇ ଚିନ୍ତାରେ ପଡୁଛନ୍ତି। ୬୦-୭୦ ଦଶକରେ ଫିଲ୍ମଗୁଡ଼ିକ ହିଟ୍‌ ହେଉଥିଲା। କୁହାଯାଏ, ଜଣେ ଷ୍ଟାର ଯେତେ ଅଧିକ ହିଟ୍‌ ଫିଲ୍ମ କରନ୍ତି, ସେ ଇଣ୍ଡଷ୍ଟ୍ରିରେ ସେତେ ଅଧିକ ପ୍ରାଧାନ୍ୟ ଲାଭକରନ୍ତି। ସଲମାନ ଖାନ, ଶାହାରୁଖ ଖାନ, ଆମୀର ଖାନ, ଅକ୍ଷୟ କୁମାରଙ୍କ ପରି ଷ୍ଟାରମାନେ ହିଟ୍‌ ହୋଇଛନ୍ତି ସତ ମାତ୍ର ପୁରୁଣା ଷ୍ଟାରମାନଙ୍କୁ ଆଗକୁ ଟପି ଆଜି ପର୍ଯ୍ୟନ୍ତ ଯାଇପାରିନାହାନ୍ତି। ଏହି ସୁପରଷ୍ଟାରଙ୍କ ମଧ୍ୟରେ ଧର୍ମେନ୍ଦ୍ର, ଅମିତାଭ ବଚ୍ଚନ, ମିଥୁନ ଚକ୍ରବର୍ତ୍ତୀ, ରାଜେଶ ଖାନ୍ନା ଏବଂ ଜିତେନ୍ଦ୍ର। ଏହି ସୁପରଷ୍ଟାରମାନଙ୍କ ଆଗରେ ୯୦ ଦଶକର ହିରୋମାନେ ଫେଲ୍‌ ମାରିଛନ୍ତି।

Share