ଅଭିନେତା ଆୟୁଷ୍ମାନ ଖୁରାନାଙ୍କ ସ୍ତ୍ରୀ ତଥା ଚଳଚ୍ଚିତ୍ର ନିର୍ମାତା ତାହିରା କଶ୍ୟପ ତାଙ୍କର ସ୍ପଷ୍ଟବାଦୀତା ପାଇଁ ଜଣାଶୁଣା। ସେ ସବୁବେଳେ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଖୋଲାଖୋଲି ଭାବରେ କଥା ହୁଅନ୍ତି। ତାହିରା ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ମଧ୍ୟ କଥା ହେବାକୁ କେବେ ପଛଘୁଞ୍ଚା ଦେଇନାହାଁନ୍ତି। ତାହିରା ସବୁବେଳେ ଇନଷ୍ଟାଗ୍ରାମରେ ପୋଷ୍ଟ କରି ଲୋକଙ୍କୁ କ୍ୟାନସର୍ ରୋଗ ବିରୋଧରେ ଲଢ଼ିବା ଏବଂ ଜିତିବା ବିଷୟରେ ସଚେତନ କରିଆସୁଛନ୍ତି। କ୍ୟାନସର ସହିତ ଦୀର୍ଘ ଦିନ ଧରି ଲଢ଼ୁଥିବା ତାହିରା ପୁଣି ଥରେ ଏହି ଗମ୍ଭୀର ରୋଗର ଶିକାର ହୋଇଛନ୍ତି। ତାହିରା ପୂର୍ବରୁ ବ୍ରେଷ୍ଟ୍ କ୍ୟାନସର ସହିତ ଲଢ଼ିସାରିଛନ୍ତି।
ଏବେ ସେ କହିଛନ୍ତି, ତାଙ୍କୁ ପୁଣି ଥରେ ବ୍ରେଷ୍ଟ୍ କ୍ୟାନସର ଚିହ୍ନଟ ହୋଇଛି ଏବଂ ସେ ଏଥିରୁ ସୁସ୍ଥ ହେବାକୁ ଚେଷ୍ଟା କରୁଛନ୍ତି। ସୋମବାର ବିଶ୍ୱ ସ୍ବାସ୍ଥ୍ୟ ଦିବସ ଅବସରରେ ତାହିରା ଇନଷ୍ଟାଗ୍ରାମରେ ଏକ ନୋଟ ଲେଖି ପୁଣି ଥରେ କ୍ୟାନସର ସହିତ ଲଢ଼ୁଥିବା କହିଛନ୍ତି। ୨୦୧୮ର ତାହିରାଙ୍କୁ ବ୍ରେଷ୍ଟ୍ କ୍ୟାନସର ହୋଇଥିଲା।