ଦକ୍ଷିଣ ଭାରତର ଟିଭି ଧାରାବାହିକର ଏକ ଚର୍ଚ୍ଚିତ ନାମ ନବ୍ୟା ସ୍ବାମୀ। ଏବେ ଏହି ଅଭିନେତ୍ରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏ ନେଇ ନିଜେ ନବ୍ୟା ସୋସିଆଲ ମିଡିଆରେ ନିଜର ଏକ ଭିଡିଓ ଶେୟାରକରି ଏହି ସୂଚନା ଦେଇଛନ୍ତି। ସେ ଲେଖିଛନ୍ତି ଯେ, କରୋନାର କେତୋଟି ଲକ୍ଷଣ ଯେପରି ମୁଣ୍ଡ ବିନ୍ଧା, ଥକାପଣ ଆଦି ୪/୫ ଦିନ ହେବ ଲାଗି ରହିଥିଲା। ତେଣୁ ସେ ଡାକ୍ତରଙ୍କୁ ଦେଖାଇ କରୋନା ଟେଷ୍ଟ କରିବା ପରେ ରିପୋର୍ଟ ପଜିଟିଭ ଆସିଛି। ଏବେ ସେ ଚିକିତ୍ସାଧୀନ ଅଛନ୍ତି। ମେଡିଶିନ ଖାଇବା ସହ ରୋଗ ପ୍ରତିରୋଧକ ଶକ୍ତ ବୃଦ୍ଧି ପାଇଁ ଖାଦ୍ୟ ଖାଉଥିବା କହିଛନ୍ତି।