୧୭ ବର୍ଷ ବୟସରେ ପ୍ରେମରେ ପଡିଥିଲେ ଏହି ଅଭିନେତ୍ରୀ

ମୁମ୍ବାଇ: ଟେଲି ଅଭିନେତ୍ରୀ ଶିବାଙ୍ଗୀ ଯୋଶୀଙ୍କୁ ‘ୟେ ରିସ୍ତା କିୟା କେହଲତା ହୈ’ରୁ ଲାଇମଲାଇଟ୍‌ରେ ରହିଥିଲେ। ଅଭିନେତ୍ରୀ ନାଇରାଙ୍କ ଚରିତ୍ର ପାଇଁ ଅନେକ ପ୍ରଶଂସା ଲାଭ କରିଛନ୍ତି। ଲୋକମାନେ ତଥାପି ତାଙ୍କୁ ନାଇରା ନାମରେ ଜାଣିଛନ୍ତି। ଏହି ଶୋ’ ପରେ ଅଭିନେତ୍ରୀଙ୍କୁ ‘ବାଳିକା ବଧୂ ୨’ ଏବଂ ‘ଖତ୍‌ରୋ କେ ଖିଲାଡି ୧୨’ରେ ନଜର ଆସିଥିଲେ। ତେବେ ଅଭିନେତ୍ରୀଙ୍କ ପ୍ରେମ ଜୀବନକୁ ସେ ପ୍ରାୟତଃ ଚର୍ଚ୍ଚାକୁ ଆସିଛନ୍ତି।
ନିକଟରେ ଅଭିନେତ୍ରୀ ନିଜେ ତାଙ୍କ ପ୍ରେମ ଜୀବନ ବିଷୟରେ ଏକ ସାକ୍ଷାତକାରରେ ଖୁଲାସା କରିଛନ୍ତି। ସେ କହିଛନ୍ତି, ୧୬ କିମ୍ବା ୧୭ ବର୍ଷ ବୟସରେ ପ୍ରେମରେ ପଡିଥିଲି। ଏଥିସହ ସ୍କୁଲ ସମୟରେ ଏକ ପୁଅକୁ ପସନ୍ଦ କରୁଥିଲି। ଏହା ପାଇଁ ଘରେ ବହୁତ ମାଡଗାଳି ଖାଇଛି। ଏପରିକି ଡେଟିଂ ଅଭିଜ୍ଞତା ଉପରେ ଶିବାଙ୍ଗୀ କହିଛନ୍ତି, ମୁଁ ଜାଣେ ନାହିଁ। ମୁଁ କେବେ କୌଣସି ଡେଟ୍‌ରେ ଯାଇନାହିଁ। ସ୍କୁଲ ସମୟରେ ଏଭଳି କରିବାର ମୋର ସାହସ ନ ଥିଲା।

ଶିିବାଙ୍ଗୀ ଯୋଶୀଙ୍କ ନାମ ‘ୟେ ରିସ୍ତା କିୟା କେହଲତା ହୈ’ ସହ-ତାରକା ମୋହସିନ ଖାନ ଏବଂ ‘ବଡେ ଆଛେ ଲାଗ୍‌ତେ ହୈଁ ୨’ର ରଣଦୀପ ରାୟଙ୍କ ସହ ଜଡିତ ଅଛି।

Share