ସାଉଥ୍‌ର ଏହି ଅଭିନେତ୍ରୀ ସବୁଠୁ ନିଅନ୍ତି ଅଧିକ ଫି’

ମୁମ୍ବାଇ: କିଛିବର୍ଷ ହେବ ହିନ୍ଦୀ ଦର୍ଶକଙ୍କ ମଧ୍ୟରେ ସାଉଥ୍‌ ଫିଲ୍ମ, ଅଭିନେତ୍ରୀ ଏବଂ ଅଭିନେତାଙ୍କ ପାଇଁ କ୍ରେଜ୍‌ ବଢ଼ିଛି। ‘ବାହୁବଳୀ’, ‘କେଜିଏଫ୍‌’ ଏବଂ ‘ପୁଷ୍ପା’ ଭଳି ଫିଲ୍ମ କେବଳ ଦକ୍ଷିଣରେ ନୁହେଁ, ଉତ୍ତରରେ ମଧ୍ୟ ଅଧିକ ରୋଜଗାର କରିଥିଲା ଏବଂ  କାମ କରୁଥିବା ଅଭିନେତ୍ରୀ/ଅଭିନେତାମାନଙ୍କୁ ପୂର୍ବ ଅପେକ୍ଷା ଅଧିକ ଲୋକପ୍ରିୟ କରିଥିଲା। ସେ ପ୍ରଭାସ ହୁଅନ୍ତୁ କି ୟଶ କିମ୍ବା ଅଲୁ ଅର୍ଜୁନ। ସେହିପରି ଅଭିନେତ୍ରୀମାନଙ୍କ ମଧ୍ୟରେ ସାମନ୍ଥା ରୁଥ୍‌ପ୍ରଭୁ, ଅନୁଷ୍କା ସେଟ୍ଟୀ ଏବଂ ନୟନତାରା ରହିଛନ୍ତି। ଏମାନଙ୍କ ମଧ୍ୟ ନୟନତାରା ଏବେ ଚର୍ଚ୍ଚାରେ ରହିଛନ୍ତି। ତାଙ୍କୁ ସାଉଥ୍‌ର ଲେଡି ସୁପରଷ୍ଟାର କୁହାଯାଉଛି। ଏପରିକି ନୟନତାଙ୍କର ସୌନ୍ଦର୍ଯ୍ୟ ଏବଂ ଅଭିନୟ ତୁଳନାରେ ଅନ୍ୟ ଅଭିନେତ୍ରୀମାନେ ଫିକା ପଡ଼ିଯାଆନ୍ତି।

ନିକଟରେ ମୁକ୍ତିଲାଭ କରିଥିବା ଫିଲ୍ମ ‘ଯବାନ’ରେ ନୟନତାରା ଶାହାରୁଖ ଖାନଙ୍କ ବିପକ୍ଷରେ ମୁଖ୍ୟ ନାୟିକା ଭୂମିକାରେ ଅଭିନୟ କରିଛନ୍ତି। ‘ଯବାନ’ ହେଉଛି ତାଙ୍କର ପ୍ରଥମ ହିନ୍ଦୀ ଫିଲ୍ମ। ସେ ତାଙ୍କର ପ୍ରଥମ ଫିଲ୍ମରୁ ହିଁ ଦର୍ଶକଙ୍କ ହୃଦୟ ଜିଣିଛନ୍ତି। ଏହି ଫିଲ୍ମ ପାଇଁ ସେ ୧୦ କୋଟି ଟଙ୍କା ଫି’ ନେଇଛନ୍ତି। ତେବେ ନୟନତାରା ନିର୍ଦ୍ଦେଶକ ଶିବନ ଭିଗ୍ନେଶଙ୍କ ସ୍ତ୍ରୀ ଏବଂ ସରୋଗେସି ମାଧ୍ୟମରେ ତାଙ୍କର ଦୁଇ ଯାଆଁଳା ପିଲା ବି ଅଛନ୍ତି।

Share