ବିନା ମେକ୍‌ଅପ୍‌ରେ ଏମିତି ଦେଖାଯାଆନ୍ତି ଏହି ଅଭିନେତ୍ରୀ

ମୁମ୍ବାଇ: ବି-ଟାଉନ୍‌ର ଅଭିନେତ୍ରୀମାନେ ସୌନ୍ଦର୍ଯ୍ୟ ଦୃଷ୍ଟିରୁ କେହି କାହାଠାରୁ କମ୍‌ ନୁହନ୍ତି। କେବଳ ସୌନ୍ଦର୍ଯ୍ୟରେ ନୁହନ୍ତି ଷ୍ଟାଇଲ୍‌ ଏବଂ ଫ୍ୟାଶନ ଦୃଷ୍ଟିରୁ ମଧ୍ୟ ଏହି ସୁନ୍ଦରୀଙ୍କର କଳନା ନାହିଁ। ମାତ୍ର ଯେତେବେଳେ ବିନା ମେକ୍‌ଅପ୍‌ କଥା ଆସେ ସେତେବେଳେ ସେମାନେ ବାସ୍ତବରେ କେମିତି ତାହା ଜଣାପଡ଼ିଯାଇଥାଏ। ତେବେ ତଳେ ଥିବା କିଛି ଫଟୋରେ ନଜର ପକାନ୍ତୁ। ବିନା ମେକ୍‌ଅପ୍‌ରେ କେଉଁ ଅଭିନେତ୍ରୀ କେମିତି ଦେଖାଯାଆନ୍ତି…

ଆଲିଆ ଭଟ୍ଟ:

ଆଲିଆ ଭଟ୍ଟ ସବୁବେଳେ ତାଙ୍କ ସ୍କିନ୍‌ର ଯତ୍ନ ନିଅନ୍ତି। ସେଥିପାଇଁ ସେ ୩୦ ବର୍ଷରେ ୧୮-୨୦ ବର୍ଷୀୟା ଯୁବତୀ ପରି ଚମକିଥାନ୍ତି। ସେ ପ୍ରାୟତଃ ସୋସିଆଲ ମିଡିଆରେ ବିନା ମେକ୍‌ଅପ୍‌ରେ ଥିବା ଫଟୋ ଶେୟାର କରନ୍ତି।

ଜ୍ୟାକ୍‌ଲିନ୍‌ ଫର୍ନାଡିସ୍‌:


କିକ୍‌ ଗର୍ଲ ଜ୍ୟାକଲିନ୍‌ଙ୍କ ବିନା ମେକ୍‌ଅପ୍‌ ଲୁକ୍‌ ସୋସିଆଲ ମିଡିଆରେ ଛାଇ ହୋଇରହିଛି। ସେ ପ୍ରତିଦିନ ବ୍ୟାୟାମ କରିଥାନ୍ତି। ବ୍ୟାୟାମ ପରେ ତାଙ୍କ ସ୍କିନ୍‌ ଉଜ୍ଜ୍ୱଳ ଏବଂ ସୁନ୍ଦର ଦେଖାଯାଏ।

ଅନୁଷ୍କା ଶର୍ମା:

ଅଭିନେତ୍ରୀ ଅନୁଷ୍କା ଶର୍ମା ବିନା ମେକ୍‌ଅପ୍‌ରେ ବି ଖୁବ୍‌ ସୁନ୍ଦର ଦେଖାଯାଆନ୍ତି। ତାଙ୍କ ସ୍କିନ୍‌ ପୂରା ହୀରା ପରି ଉଜ୍ଜ୍ୱଳ ଦେଖାଯାଏ। ତାଙ୍କର ବିନା ମେକ୍‌ଅପ୍‌ ଲୁକ୍‌ ଦେଖି ଦର୍ଶକମାନେ ପସନ୍ଦ କରିଥାନ୍ତି।

Share