ଅମିତାଭଙ୍କ ସହ କାମ କରିବାକୁ ମନା କରିଦେଇଥିଲେ ଏହି ଅଭିନେତ୍ରୀ:ଆଉ ତା’ପରେ ବିଗ୍‌ ବି’ କରିଥିଲେ ଏମିତି କାମ…

ହିନ୍ଦୀ ସିନେମାର କିମ୍ବଦନ୍ତୀ ଅଭିନେତା ଅମିତାଭ ବଚ୍ଚନଙ୍କ ସହ କାମ କରିବା ପ୍ରତ୍ୟେକ କଳାକାରଙ୍କ ସ୍ବପ୍ନ ଥାଏ। ତେବେ ଇଣ୍ଡଷ୍ଟ୍ରୀରେ ଏମିତି ଜଣେ ଭେଟେରାନ ଅଭିନେତ୍ରୀ ଥିଲେ, ଯିଏ ବିଗ ବିଙ୍କ ସହ କାମ କରିବାକୁ ପ୍ରସ୍ତୁତ ନ ଥିଲେ। ପରେ ବିଗ୍‌ ବି ଏମିତି କୌଶଳ ଆପଣାଇ ଥିଲେ, ଶେଷରେ ସମ୍ପୃକ୍ତ ଅଭିନେତ୍ରୀ ଅଭିନୟ ପାଇଁ ରାଜି ହୋଇଛନ୍ତି।
ଏହି ଅଭିନେତ୍ରୀ ହେଉଛନ୍ତି ଭେଟେରାନ ତଥା ସ୍ବର୍ଗତ ଅଭିନେତ୍ରୀ ଶ୍ରୀଦେବୀ। ତାଙ୍କୁ ହିନ୍ଦୀ ସିନେମାର ପ୍ରଥମ ମହିଳା ସୁପରଷ୍ଟାର ମଧ୍ୟ କୁହାଯାଏ। ଶ୍ରୀଦେବୀ ଫିଲ୍ମ ‘ଖୁଦା ଗୱା’ରେ ବିଗ ବିଙ୍କ ସହ କାମ କରିବାକୁ ପ୍ରସ୍ତୁତ ନ ଥିଲେ। ଅବଶ୍ୟ, ବିଗ ବି’ଙ୍କ ଏକ କୌଶଳ ଦେଖି ଶ୍ରୀଦେବୀ ଅଭିନୟ ପାଇଁ ରାଜି ହୋଇଥିଲା। ଏହି ଘଟଣା Sridevi: The Eternal Screen Goddess ପୁସ୍ତକରେ ଉଲ୍ଲେଖ କରାଯାଇଛି। ଏହି ପୁସ୍ତକ ସ୍ବର୍ଗତ କୋରିଓଗ୍ରାଫର ସରୋଜ ଖାନ ଲେଖିଥିଲେ। ସରୋଜ ଖାନ ୧୯୯୨ ଚଳଚ୍ଚିତ୍ର ‘ଖୁଦା ଗୱା’ରେ ଶ୍ରୀଦେବୀ ଏବଂ ଅମିତାଭ ବଚ୍ଚନଙ୍କୁ କୋରିଓଗ୍ରାଫ କରିଥିଲେ।

ସରୋଜ କହିଥିଲେ, ଶ୍ରୀଦେବୀଙ୍କୁ ମନାଇବା ପାଇଁ ଅମିତାଭ ବଚ୍ଚନ ଗୋଲାପରେ ପରିପୂର୍ଣ୍ଣ ଏକ ଟ୍ରକ ପଠାଇଥିଲେ। ଏହା ପରେ ଟ୍ରକରୁ ଶ୍ରୀଦେବୀଙ୍କ ଉପରେ ଫୁଲ ବର୍ଷା ହୋଇଥିଲା। କିନ୍ତୁ ଗୋଲାପ ବର୍ଷା ସତ୍ତ୍ୱେ ଶ୍ରୀଦେବୀ ରାଜି ହୋଇ ନ ଥିଲେ। ଏହା ପରେ ସେ ନିର୍ମାତାମାନଙ୍କ ଆଗରେ ଏକ ସର୍ତ୍ତ ରଖିଥିଲେ ଯେ, ସେ ‘ଖୁଦା ଗୱା’ରେ ଉଭୟ ମା’ ଏବଂ ଝିଅ ଭୂମିକାରେ ଅଭିନୟ କରିବେ। ନିର୍ମାତାମାନେ ଶ୍ରୀଦେବୀଙ୍କ ଏହି ବିବୃତ୍ତିକୁ ଗ୍ରହଣ କରିଥିଲେ ଏବଂ ଅମିତାଭ ବଚ୍ଚନ ଏବଂ ଶ୍ରୀଦେବୀଙ୍କ ଯୋଡି ଖୁଦା ଗାୱାରେ ଦେଖିବାକୁ ମିଳିଥିଲା। ‘ଖୁଦା ଗାୱା’ ନିର୍ଦ୍ଦେଶନା ଦେଇଥିଲେ ମୁକୁଲ ଆନନ୍ଦ। ଏହାର ନିର୍ମାତା ମନୋଜ ଦେଶାଇ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ହସ୍ପିଟାଲରୁ ପିଲା ଚୋରି ହେଲେ ଲାଇସେନ୍ସ ହେବ ରଦ୍ଦ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୫।୪: ଶିଶୁ ଚାଲାଣ ମାମଲା ଉପରେ ସୁପ୍ରିମକୋର୍ଟ ଏକ ବଡ଼ ନିଷ୍ପତ୍ତି ଦେଇଛନ୍ତି। ନବଜାତ ଶିଶୁ ଚୋରି ସହ ଜଡିତ ମାମଲା ଉପରେ ରାଜ୍ୟ ସରକାରମାନେ...

KIIT ବିଶ୍ବବିଦ୍ୟାଳୟ ବସ୍‌ ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ

ଭୁବନେଶ୍ୱର,୧୫।୪:ସ KIIT ବିଶ୍ବବିଦ୍ୟାଳୟ ବସ୍‌ ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତ ମହିଳାଙ୍କ ପରିଚୟ ମିଳିପାରି ନାହିଁ। ଉତ୍କଳ ହସ୍ପିଟାଲ ନିକଟରେ ମହିଳାଙ୍କୁ ବସ୍‌...

ଖାର୍ଗେଙ୍କ ସହ ବୈଠକରେ ବସିଲେ ରାହୁଲ-ତେଜସ୍ବୀ

ନୂଆଦିଲ୍ଲୀ,୧୫।୪: ଚଳିତ ବର୍ଷ ବିହାରରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏହାକୁ ନେଇ, ମହାମେଣ୍ଟର ଦୁଇ ପ୍ରମୁଖ ଦଳ ଆରଜେଡି ଏବଂ କଂଗ୍ରେସର ନେତାମାନଙ୍କର ଏକ...

୧୭ରେ ଓଡ଼ିଶା ଆସିବେ ଗଡ଼କରି: କରିବେ ବଡ଼ ଘୋଷଣା..

ଭୁବନେଶ୍ୱର,୧୫।୪: କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡ଼କରି ୧୭ ତାରିଖରେ ଓଡ଼ିଶା ଆସିବେ। ସେ କଟକରେ ମହତାବଙ୍କ ଜୟନ୍ତୀ ଉତ୍ସବରେ ଯୋଗଦେବେ। ପରେ ବିଭିନ୍ନ NHAI...

ମେରୁ ଯାତ୍ରା ଦେଖି ଫେରୁଥିବାବେଳେ ଦୁର୍ଘଟଣା: ୭ ଗୁରୁତର

ଦାରିଙ୍ଗବାଡି, ୧୫।୪ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ କିରିକୁଟି ପଞ୍ଚାୟତ ମୁଣ୍ଡାନାଜୁ ଗ୍ରାମର ଜାତୀୟ ରାଜପଥ ଉପରେ ଏକ ଯାତ୍ରୀବାହH ଅଟୋ ଦୁର୍ଘଟଣାଗ୍ରସ୍ତ ହୋଇ...

ବଢିଲା ହୋମଗାର୍ଡ ପଦବୀ: ଘୋଷଣା କଲେ ରାଜ୍ୟ ସରକାର

ଭୁବନେଶ୍ୱର,୧୫।୪(ସୁନିତ ମିଶ୍ର): ରାଜ୍ୟରେ ଏବେ ଗୃହରକ୍ଷୀ(ହୋମଗାର୍ଡ) ନିଯୁକ୍ତି ଚାଲିଥିବା ବେଳେ ସୃଷ୍ଟି ହୋଇଛି ଅତିରିକ୍ତ ୨,୫୦୦ ପଦବୀ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଙ୍ଗଳବାର ଏ...

ପ୍ରଥମ ୩ଡି-ପ୍ରିଣ୍ଟେଡ୍‌ ରେଳଷ୍ଟେଶନ

ଟୋକିଓ: ବିଶ୍ୱରେ ପ୍ରଥମ ଥର ପାଇଁ ୩ଡି-ପ୍ରିଣ୍ଟେଡ୍‌ ଉପାଦାନର ବ୍ୟବହାର କରାଯାଇ ୬ ଘଣ୍ଟାରୁ କମ୍‌ ସମୟ ମଧ୍ୟରେ ଏକ ରେଳଷ୍ଟେଶନର ନିର୍ମାଣ କରାଯାଇଛି। ନ୍ୟୁୟର୍କ...

ଯେତେ ରୋଜଗାର କଲେ ଅଣ୍ଟୁ ନାହିଁ କି? ଜାଣନ୍ତୁ କ’ଣ …

ଯେତେ ରୋଜଗାର କଲେ ଅଣ୍ଟୁ ନାହିଁ କି ? ଘରେ ସବୁ ବେଳେ ଦେଖାଯାଉଛି କି ଅଭାବ ତେବେ ନିଶ୍ଚୟ ଜାଣନ୍ତୁ ଏ ବିଷୟରେ। ଆର୍ଥିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image