ମୁମ୍ବାଇ: ଅନେକ ଟିଭି ସିରିୟଲରେ ଅଭିନୟର ଯାଦୁ ଦେଖାଇଥିବା ଅଭିନେତ୍ରୀ ଛବି ମିତ୍ତଲ ଏବେ କ୍ୟାନସର ସହ ଲଢୁଛନ୍ତି। ତାଙ୍କୁ ବ୍ରେଷ୍ଟ୍ କ୍ୟାନସର ହୋଇଛି। ଏନେଇ ସେ ତାଙ୍କର ସୋସିଆଲ ମିଡିଆ ପୋଷ୍ଟରେ ପ୍ରକାଶ କରିଛନ୍ତି। ଛବି ତାଙ୍କ ଇନ୍ଷ୍ଟାଗ୍ରାମ ଆକାଉଣ୍ଟରେ ଏକ ପ୍ରେରଣାଦାୟକ ତଥା ଭାବପ୍ରବଣ ପୋଷ୍ଟ ଶେୟାର କରିଛନ୍ତି। ଫଟୋ ଶେୟାର କରିବା ପରେ ପ୍ରଶଂସକମାନେ ଛବିଙ୍କ ସାହସକୁ ପ୍ରଶଂସା କରିବା ସହ ଆଶୁଆରୋଗ୍ୟ କାମନା କରିଛନ୍ତି।
ଛବି ତାଙ୍କ ଇନ୍ଷ୍ଟାଗ୍ରାମରେ ଲେଖିଛନ୍ତି, ଡିୟର ବ୍ରେଷ୍ଟ, ଏହି ପୋଷ୍ଟଟି ତୁମର ପ୍ରଶଂସା କରୁଛି। ମୁଁ ତୁମର ମ୍ୟାଜିକ୍ ପ୍ରଥମ ଥର ଦେଖିଲି, ଯେତେବେଳେ ତୁମେ ମୋତେ ଖୁସି ହେବାର ସୁଯୋଗ ଦେଲ। ତୁମେ ମୋର ଉଭୟ ପିଲାଙ୍କୁ ଖାଇବାକୁ ଦେଲ, ତୁମର ଗୁରୁତ୍ୱ ବଢ଼ିଗଲା। ତୁମେ କର୍କଟ ରୋଗ ସହିତ ଲଢୁଥିବା ବେଳେ ତୁମ ପାଖରେ ଠିଆ ହେବାର ସମୟ ଆସିଛି।
ଛବି ଦୁଇ ସନ୍ତାନର ଜନନୀ ଅଟନ୍ତି। ତାଙ୍କର ଗୋଟିଏ ପୁଅ ଏବଂ ଗୋଟିଏ ଝିଅ ଅଛନ୍ତି। ତାଙ୍କ ସ୍ବାମୀ ମୋହିତ ହୁସେନ ଏକ ଡିଜିଟାଲ ଉତ୍ପାଦନ କମ୍ପାନୀର ସହ-ମାଲିକ ଅଟନ୍ତି। ସେହିପରି ଛବି ‘କୃଷ୍ଣଦାସୀ’, ‘ତିନ୍ ବୋହୂରାନିଆ’,‘ବନ୍ଦିନୀ’ ଏବଂ ‘ଘର କି ଲକ୍ଷ୍ମୀ ବେଟିୟାଁ’ ଭଳି ଟିଭି ସିରିୟଲରେ ଅଭିନୟ କରିଛନ୍ତି। ଏହା ବ୍ୟତୀତ ସେ ଅନେକ ଫିଲ୍ମରେ ମଧ୍ୟ କାମ କରିଛନ୍ତି। ଟେଲିଭିଜନରେ ନିଜର ପରିଚୟ ସୃଷ୍ଟି କରିବା ପରେ ଛବି ‘ଏସ୍ଆଇଟି’ ନାମକ ଏକ ୟୁଟ୍ୟୁବ୍ ଚ୍ୟାନେଲ ଆରମ୍ଭ କରିଛନ୍ତି, ଯାହା ମାଧ୍ୟମରେ ସେ ମଧ୍ୟ ବହୁ ଲୋକପ୍ରିୟତା ହାସଲ କରିଛନ୍ତି।