ସ୍ବାମୀଙ୍କ ସହ ବାଥ୍‌ଟବ୍‌ରେ ନଜର ଆସିଲେ ଏହି ଅଭିନେତ୍ରୀ, ପ୍ରଶଂସକ କହିଲେ…

ମୁମ୍ବାଇ: ବିଗ୍‌ ବସ୍‌ର ଏକ୍ସ କଣ୍ଟେଷ୍ଟାଣ୍ଟ ତଥା ଅଭିନେତ୍ରୀ ଶେଫାଳୀ ଜରିଓ୍ବାଲା ଆଜିକାଲି ସ୍ବାମୀ ପରାଗ ତ୍ୟାଗୀଙ୍କ ସହ ମାଳଦ୍ୱୀପରେ ଛୁଟି ମନାଉଛନ୍ତି। ମାଳଦ୍ୱୀପରୁ କିଛି ଫଟୋ ସେ ତାଙ୍କ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ପୂର୍ବରୁ ସେ ବିକ୍‌ନୀ ପିନ୍ଧିବା ଫଟୋ ଶେୟାର କରିବା ପରେ ଏବେ ସ୍ବାମୀଙ୍କ ସହ ଆଉ କିଛି ଫଟୋ ଶେୟାର କରିଛନ୍ତି। ଯେଉଁଥିରେ ଏହି କପଲ ଖୁବ୍‌ ରୋମାଣ୍ଟିକ୍‌ ଦେଖାଯାଉଛନ୍ତି।

ଶେଫାଳି ତାଙ୍କ ଇନ୍‌ଷ୍ଟାଗ୍ରାମରେ ଶେୟାର କରିଥିବା ଫଟୋରେ ସ୍ବାମୀଙ୍କ ସହ ଏକ ବାଥ୍‌ଟବ୍‌ରେ ବସିଥିବା ନଜର ଆସିଛନ୍ତି। ଏହି ଫଟୋକୁ ପ୍ରଶଂସକମାନେ ବେଶ୍‌ ପସନ୍ଦ କରିଛନ୍ତି।

ଫଟୋରେ ଶେଫାଳୀ ସ୍ବାମୀ ପରାଗଙ୍କ ସହ ବାଥ୍‌ଟବ୍‌ରେ ବସିଥିବା ବେଳେ ପରାଗ ତାଙ୍କୁ କିସ୍‌ କରୁଥିବା ଦେଖିବାକୁ ମିଳିଛି। ୟୁଜରମାନେ ଏହି ଫଟୋ ଦେଖି ଜମେଇ କି ପ୍ରତିକ୍ରିୟା ବି ଦେଇଛନ୍ତି।

ଶେଫାଳୀ ଅଗଷ୍ଟ ୨୦୧୪ରେ ପରାଗଙ୍କୁ କୋର୍ଟ ମ୍ୟାରେଜ କରିଥିଲେ। ଶେଫାଳୀ ‘କାଣ୍ଟା ଲଗା’ ଗୀତରୁ ବେଶ୍‌ ଲୋକପ୍ରିୟତା ହାସଲ କରିଥିଲେ। ତାଙ୍କର ଏହି ଗୀତକୁ ଲୋକେ ଆଜି ବି ପସନ୍ଦ କରନ୍ତି। ଏହି ଗୀତ ପରେ ସେ ଫିଲ୍ମ ଇଣ୍ଡଷ୍ଟ୍ରିରେ ପାଦ ଥାପିଥିଲେ।

Share