ସଲମାନଙ୍କ ହିରୋଇନ ହେବାକୁ ଫଟୋ ପଠାଇଥିଲେ ଏହି ଅଭିନେତ୍ରୀ, ରାତାରାତି ହୋଇଥିଲେ ପ୍ରସିଦ୍ଧ

ମୁମ୍ବାଇ: ୩୨ ବର୍ଷ ତଳେ ସଲମାନ ଖାନ୍‌ଙ୍କ ସହ ‘ସନମ ବେଓ୍ବଫା’ରେ ଡେବ୍ୟୁ କରି ଜଣେ ଅଭିନେତ୍ରୀ ଚର୍ଚ୍ଚାକୁ ଆସିଥିଲେ। ପ୍ରଥମ ଫିଲ୍ମରେ ସେ ସଫଳତା ହାସଲ କରିଥିଲେ। ମାତ୍ର ପରେ ବଲିଉଡ୍‌ ଛାଡ଼ି ଦେଇଥିଲେ। ଏହି ଅଭିନେତ୍ରୀଙ୍କ ନାମ ନବୋଦିତା ଶର୍ମା। ଯିଏକି ଚାନ୍ଦିନୀ ନାମରେ ବେଶ୍‌ ପ୍ରସିଦ୍ଧ। ଫିଲ୍ମ ‘ସନମ ବଓ୍ବେଫା’ର ୩୨ ବର୍ଷ ପୂରଣ ହେବା ପରେ ଚାନ୍ଦିନୀଙ୍କୁ ମନେ ପକାଯାଇଛି।

୩୨ ବର୍ଷ ପୂର୍ବେ ସଲମାନ ଏବଂ ଚାନ୍ଦିନୀଙ୍କ ରୋମାଣ୍ଟିକ ଯୋଡ଼ି ଦର୍ଶକଙ୍କ ଦ୍ୱାରା ବେଶ୍‌ ପ୍ରଶଂସିତ ହୋଇଥିଲା। ଚାନ୍ଦିନୀଙ୍କ ସୌନ୍ଦର୍ଯ୍ୟ ଏବଂ ଅଭିନୟ ଦର୍ଶକଙ୍କୁ ସେତେବେଳେ ପାଗଳ କରିଦେଇଥିଲା।

ସଲମାନଙ୍କ ହିରୋଇନ ପାଇଁ ସେତେବେଳେ ଏକ ବିଜ୍ଞାପନ ଛପା ଯାଇଥିଲା। ‘ସନମ ବେଓ୍ବଫା’ ୧୧ ଜାନୁୟାରୀ ୧୯୯୧ରେ ମୁକ୍ତିଲାଭ କରିଥିଲା। ଏହି ଫିଲ୍ମ ପାଇଁ ସାଓ୍ବନ କୁମାର ତାଙ୍କ ଫିଲ୍ମ ପାଇଁ ଏକ ନୂଆ ଚେହେରା ଖୋଜୁଥିଲେ। ଏନେଇ ସେ ଖବରକାଗଜରେ ଏକ ବିଜ୍ଞାପନ ପ୍ରକାଶ କରିଥିଲେ। ଯେଉଁଥିରେ ଲେଖାଥିଲା, ଯଦି ଆପଣ ସଲମାନ ଖାନ୍‌ଙ୍କ ହିରୋଇନ ହେବାକୁ ଚାହୁଁଛନ୍ତି, ତେବେ ଆପଣଙ୍କର ଫଟୋ ପଠାନ୍ତୁ ଏବଂ ସାଓ୍ବନ କୁମାର କାର୍ଯ୍ୟାଳୟକୁ ପଠାନ୍ତୁ। ନବୋଦିତା ଶର୍ମା ନାମକ ଜଣେ ଯୁବତୀ ଏହା ଦେଖିଥିଲେ। ପରେ ସେ ତାଙ୍କର ସୁନ୍ଦର ଫଟୋ ପଠାଇଥିଲେ। ଏହି ଫଟୋକୁ ନିର୍ଦ୍ଦେଶକ ସାଓ୍ବନ କୁମାର ପସନ୍ଦ କରିଥିଲେ। ତାଙ୍କୁ ଅଡିଶନକୁ ଡକାଇଥିଲେ। ଏହି ଫିଲ୍ମରେ ‘ଚାନ୍ଦିନୀ’ ଭୂମିକାରେ ଅଭିନୟ କରିବା ପରେ ହିଟ୍‌ ହୋଇଥିବା ନବୋଦିତା ତାଙ୍କର ପ୍ରକୃତ ନାମ ଛାଡ଼ି ଚାନ୍ଦିନୀ ନାଁରେ ପ୍ରସିଦ୍ଧି ଲାଭ କରିଥିଲେ।

ପରେ ଚାନ୍ଦିନୀ ବଲିଉଡ୍‌ ଇଣ୍ଡଷ୍ଟ୍ରି ଛାଡ଼ି ଆମେରିକାରେ ରହିଲେ। କୁହାଯାଏ, ଚାନ୍ଦିନୀ ଆମେରିକାରେ ଡ୍ୟାନ୍ସ କ୍ଲାସ ଚଳାଉଛନ୍ତି।
‘ସନମ ବେଓ୍ବଫା’ ରିଲିଜ ହେବା ପରେ ଏହାର ଗୀତ ପ୍ରତ୍ୟେକ ଗଳିକନ୍ଦିରେ ବାଜୁଥିଲା। ଯାହା ସାଓ୍ବନ କୁମାର ମଧ୍ୟ ଜାଣି ନ ଥିଲେ ଯେ ତାଙ୍କ ଫିଲ୍ମ ଏତେ ହିଟ୍‌ ହୋଇଛି। ସେତେବେଳେ ସେ ୨୫ ଲକ୍ଷ ଟଙ୍କା ଖର୍ଚ୍ଚ କରି ଏହି ଫିଲ୍ମ ନିର୍ମାଣ କରିଥିଲେ ଏବଂ ୧୨ କୋଟି ଟଙ୍କା ରୋଜଗାର କରିଥିଲେ।

Share