ପିଲାଦିନେ ଭାଇକୁ ଚିଡ଼ାଉଥିଲେ, ବିବାହ ପୂର୍ବରୁ ଫଟୋ ଶେୟାର କରି ଏମିତି ଲେଖିଲେ ଏହି ଅଭିନେତ୍ରୀ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରାଣାଓ୍ବତ୍‌ ସୋସିଆଲ ମିଡିଆରେ ତାଙ୍କ ପିଲାଦିନର ଏକ ଫଟୋ ଶେୟାର କରିଛନ୍ତି। ସେ କ୍ୟାପଶନ ଲେଖିଛନ୍ତି, ଉଦୟପୁରରେ ମୋ’ ଭାଇଙ୍କ ବିବାହ ଉତ୍ସବ ଆୟୋଜନ ହେବ। ଯେଉଁଠାରେ ମୁଁ ଜନ୍ମ ହୋଇଥିଲି। ବର୍ତ୍ତମାନ ସେହି ସ୍ଥାନକୁ ଯାଉଛି। ସୋସିଆଲ ମିଡିଆରେ ବେଶ୍‌ ଆକ୍ଟିଭ୍‌ ରହୁଥିବା କଙ୍ଗନା କିଛି ସମୟ ପାଇଁ ପାରିବାରିକ କାର୍ଯ୍ୟରେ ବ୍ୟସ୍ତ ଥିଲେ। ଚଳିତବର୍ଷ ଶେଷ ହେବା ପୂର୍ବରୁ କଙ୍ଗନା ତାଙ୍କ ଭାଇ ଅକ୍ଷତଙ୍କ ବିବାହ ଉତ୍ସବରେ ଯୋଗଦେବାକୁ ଉଦୟପୁର ଯାଇଛନ୍ତି।
ସେ ଟୁଇଟ୍‌ କରି କହିଛନ୍ତି, ଉଦୟପୁରରେ ଏହି ବିବାହ ଉତ୍ସବ ଆୟୋଜନ ହେବ। ଏଥିରେ ଅକ୍ଷୟ ଏବଂ ରିତୁଙ୍କ ବିବାହ ତାରିଖ ଲେଖାହୋଇଛି। ଆସନ୍ତା ୧୦ ତାରିଖରେ ଉଭୟ ବିବାହ କରିବେ। ଶୀଶ ମହଲରେ ଡିନର ପାର୍ଟିର ଆୟୋଜନ ହୋଇଛି। କଙ୍ଗନା ଲେଖିଛନ୍ତି, ଏହା ମୋ’ ପାଇଁ ଏବଂ ମୋ’ ପରିବାର ପାଇଁ ଅତ୍ୟନ୍ତ ସୁଖର ସମୟ। ଆଉ ଏକ ପିଲାଦିନର ଫଟୋ ଶେୟାର କରିଛନ୍ତି କଙ୍ଗନା। ଏଥିରେ ସେ ତାଙ୍କ ଭାଇମାନଙ୍କ ସହ ନଜର ଆସିଛନ୍ତି। ଏଥିରେ କ୍ୟାପଶନ ଲେଖିଛନ୍ତି, ଏହି ଫଟୋରେ ମୁଁ ଅକ୍ଷତଙ୍କୁ ଚିଡ଼ାଉଥିଲି। ତା’ ଉପରେ ଦାଦାଗିରି ଦେଖାଉଥିଲି। ଏବେ ଦୁହେଁ ବଡ଼ ହୋଇଯାଇଛୁ। ପିଲାଦିନର ସେହି ଚମତ୍କାର ସ୍ମୃତିଗୁଡ଼ିକ କାଲି ପରି ଲାଗୁଛି। କଙ୍ଗନାଙ୍କ ଏହି ଟୁଇଟ୍‌ ସୋସିଆଲ ମିଡିଆରେ ଏବେ ଭାଇରାଲ ହେବାରେ ଲାଗିଛି। ପ୍ରଶଂସକମାନେ ମଧ୍ୟ କଙ୍ଗନାଙ୍କ ପିଲାଦିନର ଫଟୋକୁ ବେଶ୍‌ ପ୍ରଶଂସା କରିଛନ୍ତି।

Share