ବୋଲ୍ଡ ଅବତାରରେ ଛୋଟ ପରଦାର ସଂସ୍କାରୀ ବୋହୂ

ମୁମ୍ବାଇ: ଛୋଟ ପରଦାର ସଂସ୍କାରୀ ବୋହୂ ଭାବେ ପରିଚିତ ଟିନା ଦତ୍ତା ବାସ୍ତବ ଜୀବନରେ ବହୁତ ବୋଲ୍ଡ। ଏହାର ଝଲକ ଟିନା ନିଜେ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଧାରାବାହିକ ‘ଉତ୍ତରନ’ରେ ସବୁବେଳେ ଶାଢ଼ି ଶୁଟ୍‌ରେ ନଜର ଆସୁଥିବା ଟିନା ଅସଲ ଜୀବନରେ ଖୁବ୍‌ ବୋଲ୍ଡ। ଟିନା ଟପ୍‌ଲେସ୍‌ ହୋଇ ଏକ ଚାଦର ଘୋଡ଼ାଇ ହୋଇଥିବା ଫଟୋ ଭାଇରାଲ ହେଉଛି।

ଟିନା ସୋସିଆଲ ମିଡିଆରେ ବହୁ ଆକ୍ଟିଭ୍‌। ସେ ସୋସିଆଲ ମିଡିଆରେ ତାଙ୍କର ଅନେକ ଫଟୋ ଶେୟାର ମଧ୍ୟ କରିଥା’ନ୍ତି। ଏବେ ଟିନା ତାଙ୍କର କିଛି ହଟ୍‌ ଏବଂ ଗ୍ଲାମରସ୍‌ ଫଟୋ ଶେୟାର କରିଛନ୍ତି। ଯାହାକୁ ଦେଖି ତାଙ୍କ ପ୍ରଶଂସକମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଆନ୍ତି। ଟିନା ତାଙ୍କ ଅଫିସିଆଲ ଇନଷ୍ଟାଗ୍ରାମରେ ଯେଉଁ ଫଟୋ ଶେୟାର କରିଛନ୍ତି, ଏଥିରେ ସେ କେବଳ ଏକ ବେଡ୍‌ସିଟ୍‌ ଘୋଡ଼ାଇ ହୋଇ ଶୋଇଛନ୍ତି। ତାଙ୍କ ଦେହରେ ଆଉ କୌଣସି ପୋଷାକ ନାହିଁ। ସିମ୍‌ଲାକୁ ଛୁଟି କାଟିବାକୁ ଯାଇ ଟିନା ଏହି ଫଟୋ ଉଠାଇଛନ୍ତି। ତାଙ୍କର ଏପରି ଫଟୋ ଦେଖି ପ୍ରଶସଂକମାନେ କହିଛନ୍ତି, ନିଆଁ ଲଗାଇଦେଲ। ଦିନକୁ ଦିନ ଟିନାଙ୍କର ଏହି ଫଟୋ ଭାଇରାଲ ହେବାରେ ଲାଗିଛି।

Share