୫ ବର୍ଷ ଧରି ଡିପ୍ରେଶନରେ ଥିଲେ ଏହି ଅଭିନେତ୍ରୀ

ମୁମ୍ବାଇ: ଅନେକ ମହିଳା ଗର୍ଭଧାରଣ ପରେ ଡିପ୍ରେଶନର ଶିକାର ହୁଅନ୍ତି। ଟିଭି ଅଭିନେତ୍ରୀମାନେ ମଧ୍ୟ ଏହି ପର୍ଯ୍ୟାୟ ଦେଇ ଗତି କରିଛନ୍ତି। ଏଥିମଧ୍ୟରୁ ଟେଲି ଅଭିନେତ୍ରୀ ଶ୍ୱେତା କାୱାତ୍ରା, ଯିଏକି ‘କାହାଣୀ ଘର ଘର କି’ ରେ ପଲ୍ଲବୀ ଭୂମିକାରେ ନଜର ଆସିଥିଲେ। ତାଙ୍କ ଝିଅ ଜନ୍ମ ପରେ ସେ ୫ ବର୍ଷ ପର୍ଯ୍ୟନ୍ତ ଡିପ୍ରେଶନ ସହ ସଂଘର୍ଷ କରିଥିଲେ ବୋଲି ନିକଟରେ ଶ୍ୱେତା କହିଛନ୍ତି। ସେ ଆହୁରି କହିଛନ୍ତି, ଡିପ୍ରେଶନରେ ରହିବା ପରେ ମୁଁ ମୋ ଜୀବନକୁ ପୂର୍ବପରି ଦେଖି ନ ଥିଲି। ଅଧିକାଂଶ ଲୋକ ଡିପ୍ରେଶନକୁ ହାଲୁକା ଭାବରେ ଗ୍ରହଣ କରନ୍ତି, କିନ୍ତୁ ଏହା ସତ୍ୟ। ଏହି କାରଣରୁ ଆମ ଶରୀରରେ କିଛି ପରିବର୍ତ୍ତନ ଆସିଥାଏ, ଏଥିଯୋଗୁ ବିରକ୍ତିକର ଅନୁଭବ କରୁ। ମୁଁ ଏହାକୁ ୫ ବର୍ଷ ପର୍ଯ୍ୟନ୍ତ ସହିଥିଲି। ଯଦିଓ ଏହି ସମୟରେ ମୋ ସ୍ବାମୀ ଏବଂ ପରିବାରର ସମର୍ଥନ ଥିଲା, କିନ୍ତୁ ସେମାନେ ମଧ୍ୟ ମୋ ସହିତ କ’ଣ ଘଟୁଛି ବୁଝିପାରୁ ନ ଥିଲେ। ସେଥିପାଇଁ ମୁଁ ଏହି ରୋଗକୁ ବୁଝିବା ପାଇଁ ଅଧ୍ୟୟନ କଲି। ବର୍ତ୍ତମାନ ଅଭିନେତ୍ରୀ ମାନସିକ ସ୍ବାସ୍ଥ୍ୟରେ ଥିବା ଲୋକଙ୍କୁ ସାହାର୍ଯ୍ୟ କରୁଛନ୍ତି।

Share