Categories: ଫୁରସତ

୧୩ ଅକ୍ଟୋବରରେ ମହାକାଶରେ ଦେଖାଯିବ ଏହି ଆଶ୍ଚର୍ଯ୍ୟଜନକ ଦୃଶ୍ୟ

ଆଉ ୩ ଦିନ ପରେ ଅର୍ଥାତ୍‌ ୧୩ ଅକ୍ଟୋବରରେ ମହାକାଶରେ ଏପରି କିଛି ହେବ ଯାହାକୁ ପରବର୍ତ୍ତୀ ଥର ଦେଖିବା ପାଇଁ ଆପଣଙ୍କୁ ୨୦୩୫ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ। ଏହିଦିନ ମଙ୍ଗଳ ଗ୍ରହ ପୃଥିବୀର ନିକଟତର ହେବ। ଜ୍ୟୋତିର୍ବିଜ୍ଞାନୀ ଏବଂ ମଙ୍ଗଳଗ୍ରହକୁ ପସନ୍ଦ କରୁଥିବା ଲୋକଙ୍କ ମଧ୍ୟରେ ଏହି ଦୃଶ୍ୟ ଦେଖିବା ପାଇଁ ବହୁତ ଉତ୍ସାହ ରହିଛି। ମଙ୍ଗଳ ସୂର୍ଯ୍ୟଙ୍କ ବିପରୀତ ଏବଂ ପୃଥିବୀ ସିଧାସଳଖ ମଙ୍ଗଳ ଏବଂ ସୂର୍ଯ୍ୟ ମଧ୍ୟରେ ଅବସ୍ଥାନ ହେବ। ମଙ୍ଗଳଗ୍ରହ ଏବଂ ପୃଥିବୀର ଏକତ୍ର ଗତି ହେତୁ ମଙ୍ଗଳଗ୍ରହ ସୂର୍ଯ୍ୟୋଦୟ ସମୟରେ ଲୋକମାନେ ଆକାଶରେ ଦେଖିପାରିବେ। ସେହି ସମୟରେ ଗ୍ରହଗୁଡିକ ଟେଲିସ୍କୋପରେ ଉଜ୍ଜ୍ୱଳ ଏବଂ ସବୁଠାରୁ ସ୍ପଷ୍ଟ ଆକାରରେ ଦେଖାଯିବ।

ସୂଚନାନୁସାରେ, ଅକ୍ଟୋବର ୬ରେ ପୃଥିବୀ ନିକଟତମ ଥିଲା। ଯାହା ଗ୍ରହର କକ୍ଷପଥର ଆକାର ଏବଂ ପ୍ରବୃତ୍ତି ହେତୁ ମାତ୍ର ୬୨ ନିୟୁତ କିଲୋମିଟର ଦୂରରେ ଥିଲା। ମଙ୍ଗଳ ଚନ୍ଦ୍ରଠାରୁ ୧୬୦ ଗୁଣ ଅଧିକ ଦୂରରେ ଏବଂ ଏହା ୨୦୩୫ ପର୍ଯ୍ୟନ୍ତ ଆଉ ଦେଖାଯିବ ନାହିଁ।

ଏହି ବିରଳ ତଥା ଚମତ୍କାର ଦୃଶ୍ୟ ଦେଖିବାକୁ ଆପଣ ଅପେକ୍ଷା କରନ୍ତୁ। ଏହିଦିନ ସନ୍ଧ୍ୟାରେ ଯଦି ଆକାଶ ସ୍ବଚ୍ଛ ବା ନିର୍ମଳ ରହେ ତେବେ ଏହି ଦୃଶ୍ୟ ପୂର୍ବ ଦିଗରେ ଦେଖାଯିବ। ଏହାର କମଳା ରଙ୍ଗର ଦେଖାଯିବ।

ମଙ୍ଗଳଗ୍ରହ ମଧ୍ୟରାତ୍ରିରେ ଦକ୍ଷିଣ ଦିଗକୁ ଗତି କରିବ। ଯଦି ଆପଣଙ୍କର ଏକ ଉଚ୍ଚ ଗୁଣସମ୍ପନ୍ନ ଦୂରବୀକ୍ଷଣ ଯନ୍ତ୍ର ଅଛି, ତେବେ ଖାଲି ଆଖିରେ ତାରା ପରି ଦେଖାଯାଉଥିବା ଏକ ଗ୍ରହ ଚନ୍ଦ୍ର ପରି ସ୍ପଷ୍ଟ ଦେଖାଯିବ।

Share