ଏଟିଏମ୍‌ରୁ ଟଙ୍କା ପରିବର୍ତ୍ତେ ବାହାରୁଛି ଗଞ୍ଜେଇ

କରୋନା ଯୋଗୁ ବିଶ୍ୱରେ ଅନେକ ପରିର୍ତ୍ତନ ଘଟିଛି। ଲୋକମାନେ ଏବେ ବିନା ଯୋଗାଯୋଗରେ ନିଜ କାମ ନିଜେ କରିବାକୁ ଇଚ୍ଛା ପ୍ରକାଶ କରୁଛନ୍ତି। ଏହି ସମୟରେ ଏକ ସ୍ବତନ୍ତ୍ର ଏଟିଏମ୍‌ର ଫଟୋ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି। ଏହି ଏଟିଏମ୍‌ରୁ ଟଙ୍କା ବରିବର୍ତ୍ତେ ଗଞ୍ଜେଇ ବାହାରୁଛି।
ଆମେରିକାର କଲରାଡୋରେ ଏହିପରି ୪ଟି ଏଟିଏମ୍‌ ରହିଛି। ଏହି ଏଟିଏମ୍‌ରେ ଗଞ୍ଜେଇର ୨ହଜାର ପ୍ରକାରର ଉତ୍ପାଦ ରହିଛି। ଏଥିରେ ଟଙ୍କା ପୂରାଇ ନିଜ ମନ ପସନ୍ଦର ଗଞ୍ଜେଇ ନେଇପାରିବେ। ତେଣୁ ଏବେ ଆଉ ଗଞ୍ଜେଇ ନେବା ପାଇଁ ଏଜେଣ୍ଟର ଆବଶତା ନାହିଁ। ମାସାଚ୍ୟୁସେଟସ୍‌ରେ ମଧ୍ୟ ସେହିପରି ଏଟିଏମ୍‌ ସେପ୍ଟେମ୍ବରରେ ତିଆରି ହେବାର ରହିଛି। ଏହି ମେଶିନ ‘ଏନା’ ନାମକ ଏକ କମ୍ପାନୀ ତିଆରି କରିଛି। ଏହି ମେଶିନରୁ ଫ୍ରି ଅର୍ଡର କିମ୍ବା ନଗଦ ଟଙ୍କା ପୂରାଇ ନିଜ ମନ ପସନ୍ଦର ଗଞ୍ଜେଇ ନେଇ ପାରିବେ। ଏଠାରେ ଗଞ୍ଜେଇର ଫୁଲଠାରୁ ଆରମ୍ଭ କରି ତେଲ ପର୍ଯ୍ୟନ୍ତ ମିଳିବ। ଏହି ଏଟିଏମ୍‌ରୁ ଗଞ୍ଜେଇ ବାହାର କରିବା ପାଇଁ ପ୍ରଥମେ ନିଜର ଆଇଡି ଭେରିଫାଇ କରିବାକୁ ପଡ଼ିବ। ସେଠାରେ ୨୭ ଇଞ୍ଚର ଏକ ଟଚ୍‌ ସ୍କ୍ରିନ୍‌ ରହିଛି। ଏଥିରୁ ଉତ୍ପାଦ ଚୟନକରି ଟଙ୍କା କିମ୍ବା ଡେବିଟ କାର୍ଡ ପୂରାଇଲେ ଉତ୍ପାଦ ଆପେଆପେ ବାକ୍ସରେ ପଡ଼ିବ।

Share