Categories: ଖେଳ

ଅଶ୍ୱିନଙ୍କୁ ଭୟ କରୁଛନ୍ତି ଏହି ଅଷ୍ଟ୍ରେଲୀୟ କ୍ରିକେଟର୍‌

ସିଡନୀ,୨୬।୧:ଅଷ୍ଟ୍ରେଲୀୟ ମିଡିଲ ଅର୍ଡର ବ୍ୟାଟ୍ସମ୍ୟାନ ମ୍ୟାଟ ରେନଶ ଭାରତ ଗସ୍ତ ପୂର୍ବରୁ ଭୟଭୀତ ହୋଇପଡିଛନ୍ତି। ସେ କହିଛନ୍ତି, ଭାରତ ଗସ୍ତରେ ଆର ଅଶ୍ୱିନ ଏକ କଠିନ ଚ୍ୟାଲେଞ୍ଜ ଉପସ୍ଥାପନ କରିବେ। ଭାରତୀୟ ପରିସ୍ଥିତିରେ ଆର ଅଶ୍ୱିନଙ୍କ ପରି ଜଣେ ଅଫ ସ୍ପିନର ତାଙ୍କ ଭଳି ବାମହାତୀ ବ୍ୟାଟ୍ସମ୍ୟାନଙ୍କ ପାଇଁ ବିପଜ୍ଜନକ ପ୍ରମାଣିତ ହୋଇପାରନ୍ତି। ମ୍ୟାଟ ରେନ୍ସା ଟେଷ୍ଟ କ୍ରିକେଟକୁ ଫେରିଛନ୍ତି। ଅଷ୍ଟ୍ରେଲୀୟ ଅଲରାଉଣ୍ଡର କ୍ୟାମେରନ ଗ୍ରୀନ ଆହତ ହେବା ପରେ ସେ ଦକ୍ଷିଣ ଆଫ୍ରିକା ବିପକ୍ଷ ଏକାଦଶରେ ସ୍ଥାନ ପାଇଥିଲେ। ସେ ଭାରତ ଗସ୍ତ ପାଇଁ ଅଷ୍ଟ୍ରେଲିୟ ଦଳର ଏକ ଅଂଶ ମଧ୍ୟ ଅଛନ୍ତି। ସେ ୨୦୧୭ରେ ମଧ୍ୟ ଭାରତ ଗସ୍ତ କରିଥିଲେ।
ମ୍ୟାଟ ରେନ୍ସା କହିଛନ୍ତି, ଅଶ୍ୱିନଙ୍କୁ ସାମ୍ନା କରିବା କଷ୍ଟକର। ସେ ଜଣେ ସ୍ମାର୍ଟ ବୋଲର। ସେ ତାଙ୍କ ବୋଲିଂରେ ଅନେକ ପରିବର୍ତ୍ତନ କରନ୍ତ। କିଛି ସମୟ ଅଶ୍ୱିନଙ୍କୁ ସାମ୍ନା କଲେ, ତେବେ ତାଙ୍କୁ ସହଜରେ ଖେଳିପାରିବେ।
ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାରି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଫେବୃଆରୀ ୯ରୁ ଆରମ୍ଭ ହେଉଛି। ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ର ଫାଇନାଲରେ ପହଞ୍ଚିବା ଦୃଷ୍ଟିରୁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ସିରିଜ। ଏଭଳି ପରିସ୍ଥିତିରେ ଉଭୟ ଦଳର ଧ୍ୟାନ ଏହି ସିରିଜରେ ସେମାନଙ୍କର ସର୍ବଶ୍ରେଷ୍ଠ ପ୍ରଦର୍ଶନ ଉପରେ ରହିବ। ବର୍ତ୍ତମାନ ଅଷ୍ଟ୍ରେଲିଆ ଦଳ ଟେଷ୍ଟରେ ବହୁତ ଶକ୍ତିଶାଳୀ। ଏଥି ସହିତ ଘରୋଇ ଗ୍ରାଉଣ୍ଡରେ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତୀୟ ଦଳର ରେକର୍ଡ ଜବରଦସ୍ତ ରହିଛି। ଗତ ୧୮ ବର୍ଷ ମଧ୍ୟରେ ଭାରତୀୟ ଦଳ ନିଜ ମାଟିରେ ଅଷ୍ଟ୍ରେଲିଆଠାରୁ ପରାସ୍ତ ହୋଇନାହିଁ।

Share