ଓଜନ ବଢାଏ ଏହି ଖରାପ ଅଭ୍ୟାସ

ନିଶାଦ୍ରବ୍ୟ ସେବନ ଏଭଳି ଏକ ଖରାପ ଅଭ୍ୟାସ ଯାହା ଅଯଥାରେ ଅନେକ ପ୍ରକାର ସ୍ବାସ୍ଥ୍ୟ ସମସ୍ୟାର କାରଣ ସାଜିଥାଏ। କେବଳ ସେତିକି ନୁହେଁ, ଏଥିପାଇଁ ଅକାଳ ମୃତ୍ୟୁର ସାମ୍‌ନା କରିବାକୁ ପଡ଼ିପାରେ। ତେଣୁ ଏଭଳି କୁଅଭ୍ୟାସକୁ ବର୍ଜନ କରିବା ଆବଶ୍ୟକ। ଏହା ସହ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଏଥିରୁ ସାମୟିକ ଆନନ୍ଦ ମିଳିପାରେ, ହେଲେ ସେମାନଙ୍କୁ ଏଭଳି ଏକ ଦୁନିଆକୁ ଏହା ଟାଣିନିଏ, ଯେଉଁଠୁ ଫେରି ଆସିବା ସହଜ ହୋଇ ନ ଥାଏ। ଏହାର ଅପକାରୀ ଗୁଣ ବିଷୟରେ ଅନେକ ଅଳ୍ପ ବହୁତ ଜାଣନ୍ତି। ଯଦି ଜଣେ ବ୍ୟକ୍ତି ନିୟମିତ ନିଶାଦ୍ରବ୍ୟ ସେବନ କରନ୍ତି, ତେବେ ପରବର୍ତ୍ତୀ ସମୟରେ ସେ ମେଦବହୁଳତା ବା ଓଜନ ବୃଦ୍ଧି ସମସ୍ୟାର ସମ୍ମୁଖୀନ ହେବାର ଯଥେଷ୍ଟ ଆଶଙ୍କା ରହିଛି। ଏ ନେଇ ନିକଟରେ ଓ୍ବାଶିଂଟନ୍‌ ବିଶ୍ୱବିଦ୍ୟାଳୟର ବିଶେଷଜ୍ଞମାନେ ସତର୍କ କରାଇ ଦେଇଛନ୍ତି। ନିୟମିତ ଏଭଳି ଅଭ୍ୟାସ ସହ ଜଡିତ କେତେକ ବ୍ୟକ୍ତିଙ୍କର ନିର୍ଦ୍ଦିଷ୍ଟ ସମୟ ଅନ୍ତରାଳରେ ଓଜନ ପରୀକ୍ଷା କରି ସେମାନେ ଏକ କଥା ଜାଣିପାରିଛନ୍ତି। ତେଣୁ ଓଜନକୁ ସନ୍ତୁଳିତ ରଖିବାକୁ ହେଲେ ନିଜର ଖାଦ୍ୟପେୟ ପ୍ରତି ଯଥେଷ୍ଟ ଧ୍ୟାନ ଦିଅନ୍ତୁ। ତା’ସହ ନିଜର ଦୈନନ୍ଦିନ ଜୀବନ ତାଲିକାରେ ବ୍ୟାୟାମକୁ ନିଶ୍ଚୟ ସାମିଲ କରନ୍ତୁ। ଏହାବ୍ୟତୀତ ନିଶାଦ୍ରଦ୍ୟ ସେବନ ଅଭ୍ୟାସକୁ ବର୍ଜନ କରନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ସୁଖ-ସମୃଦ୍ଧି ସହ ଏସବୁ ସମସ୍ୟାରୁ ମୁକ୍ତି ଦିଏ ଲୁଣ, ଜାଣନ୍ତୁ କ’ଣ କୁହେ ବାସ୍ତୁ…

ଲୁଣକୁ କେବଳ ଖାଦ୍ୟରେ ବ୍ୟବହାର କରାଯାଏ ତାହା ନୁହେଁ, ସୁଖ-ସମୃଦ୍ଧି ବୃଦ୍ଧି ହେଉ ଅବା ଶରୀରର ଥକାପଣକୁ ଦୂର କରିବାରେ ବି ଏହାର ଥାଏ ଅନେକ...

କେବଳ ଘରର ସୌନ୍ଦର୍ଯ୍ୟ ନୁହେଁ, ଐଶ୍ୱର୍ଯ୍ୟ ବୃଦ୍ଧି କରେ ଏସବୁ ଇଣ୍ଡୋର୍‌ ପ୍ଲାଣ୍ଟ, ଜାଣନ୍ତୁ…

ଇଣ୍ଡୋର୍‌ ପ୍ଲାଣ୍ଟ କେବଳ ଘରର ସୌନ୍ଦର୍ଯ୍ୟ ବୃଦ୍ଧି କରେନାହିଁ ଘର ପରିବେଶକୁ ବିଶୁଦ୍ଧ କରିବା ସହ ଘରେ ସକାରାତ୍ମକ ଊର୍ଜ୍ଜା ଉତ୍ପନ୍ନ କରିଥାଏ। ତେବେ ଏମିତି...

ଘରକୁ ନାଶ କରିଦେବ ଏହି ଗଛର ଛାଇ, ସାଜିପାରେ ଅକାଳ ମୃତ୍ୟୁର କାରଣ

ବେଳେବେଳେ ଘର ନିର୍ମାଣ କରିବା ସମୟରେ ଆମ ଚାରିପାଖରେ ଉପସ୍ଥିତ ଜିନିଷ ପ୍ରତି ଧ୍ୟାନ ଦେଇନଥାଉ । ଏହି କାରଣରୁ,ଘରେ ନକାରାତ୍ମକ ଶକ୍ତି ବୃଦ୍ଧି ପାଇଥାଏ...

ଧନଠାରୁ ଅଧିକ ମୂଲ୍ୟବାନ ଏହି ୩ ଜିନିଷ; ଟଙ୍କା ପଛରେ ଦୌଡ଼ି କେବେ ହରାନ୍ତୁ ନାହିଁ

ଆଚାର୍ଯ୍ୟ ଚାଣକ୍ୟ ମନୁଷ୍ୟ ଜୀବନରେ ସବୁଠାରୁ ଅଧିକ ମହତ୍ୱ ଧନର ରହିଛି। ଚାଣକ୍ୟ କୁହନ୍ତି ଟଙ୍କା ଥିଲେ ବ୍ୟକ୍ତି ନିଜର ଆବଶ୍ୟକତା ଅନୁସାରେ ପ୍ରତ୍ୟେକଟି ଜିନିଷ...

ଲେମ୍ବୁର ଉପକାରିତା ବିଷୟରେ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ସାଧାରଣତଃ ଲେମ୍ବୁର ବ୍ୟବହାର ବିଭିନ୍ନ ପୂଜା, ଦେବ କାର୍ଯ୍ୟ, ନୂତନ ବାସଗୃହରେ ପ୍ରବେଶ ବେଳେ, ଯାନବାହନ ଆଦିର ପୂଜା ତଥା ଯେ କୌଣସି ଶୁଭାଶୁଭ ପୂଜା...

ଚାଇନାର ଚନ୍ଦ୍ର ଅଭିଯାନ

”ଚାଇନାର ଚଳିତ ଚେଙ୍ଗ’ଇ ୬ ଅଭିଯାନ ଚନ୍ଦ୍ରପୃଷ୍ଠରୁ ପ୍ରାୟ ୨ କି.ଗ୍ରା. ଓଜନର ମାଟି ସଂଗ୍ରହ କରି ପୃଥିବୀକୁ ଆଣିବ ବୋଲି ଲକ୍ଷ୍ୟ ରଖାଯାଇଛି। ଚାଇନା...

ଆଲର୍ଜି ସମସ୍ୟା ଥିଲେ..ଆପଣାନ୍ତୁ ଏହି ଟିପ୍ସ

ଭିଟାମିନ୍‌-ଇ ଆମ ଶରୀର ପାଇଁ ବେଶ୍‌ ଲାଭପ୍ରଦ। ବିଶେଷ ଭାବରେ ଏଥିରେ ତତ୍ତ୍ୱ ରହିଛି ଯାହା ଆଲର୍ଜି ଭଳି ସମସ୍ୟାରୁ କେତେକାଂଶରେ ରକ୍ଷା କରିଥାଏ। କେବଳ...

ଦୀର୍ଘାୟୁ ହେବାର ସହଜ ଉପାୟ

ଦୀର୍ଘାୟୁ ହେବାକୁ କିଏ ବା ନ ଚାହେଁ? ହେଲେ କେବଳ କହିଦେଲେ ତ ହେବ ନାହିଁ ଏଥିପାଇଁ କେତୋଟି ଦିଗ ପ୍ରତି ଧ୍ୟାନ ଦେବାକୁ ପଡିଥାଏ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri