Categories: ଫୁରସତ

ବର୍ଷରେ ୫ ମାସ ଖୋଲା ରହେ ଏହି ବ୍ୟାଙ୍କ, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଉତ୍ତରାଖଣ୍ଡର ପିଥୋରାଗଡ଼ରେ ଚାଇନା ସୀମାକୁ ଲାଗି ଗୁଞ୍ଜିରେ ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆର ଏକ ଶାଖା ରହିଛି। ପାଣିପାଗ କାରଣରୁ ବର୍ଷରେ ଏହି ଶାଖା କେବଳ ୪ରୁ ୫ମାସ ପର୍ଯ୍ୟନ୍ତ ଖୋଲିଥାଏ। ବର୍ତ୍ତମାନ ସମୟ ସହିତ ଗୁଞ୍ଜିରେ ମଧ୍ୟ ଅନେକ ପରିବର୍ତ୍ତନ ହୋଇଛି। ଯେଉଁଥିପାଇଁ ଏଠାକାର ଲୋକମାନେ ବର୍ଷସାରା ବ୍ୟାଙ୍କର ଆବଶ୍ୟକ କରନ୍ତି। ଏହି ବ୍ୟାଙ୍କ ଗ୍ରୀଷ୍ମ ଋତୁରେ କେବଳ ୪-୫ ମାସ ପର୍ଯ୍ୟନ୍ତ କାର୍ଯ୍ୟ କରିଥାଏ। ଏହି ବ୍ୟାଙ୍କର ସାହାଯ୍ୟରେ ମାନସରୋବର ଯାତ୍ରୀ ତଥା ଇଣ୍ଡୋ-ଚାଇନା ବାଣିଜ୍ୟରେ ଜଡ଼ିତ ବ୍ୟବସାୟୀମାନେ ନଗଦ ଟଙ୍କା କାରବାର କରିଥାନ୍ତି। କିନ୍ତୁ ବର୍ତ୍ତମାନ ଏହା ବନ୍ଦ ରହିଛି।

ଧର୍ଚୁଲା ପରେ ଲିପୁଲେଖ ମୋଟରମାର୍ଗରେ ଏହା ହେଉଛି ଏକମାତ୍ର ବ୍ୟାଙ୍କ। ଇଣ୍ଟରନେଟ ସହିତ ସଂଯୁକ୍ତ ନ ହେବା ହେବାରୁ ଏହି ଶାଖା ଗ୍ରାହକଙ୍କୁ ସେବା ଯୋଗାଇବାରେ ସକ୍ଷମ ନୁହେଁ, ଯାହା ଏଠାରେ ଲୋକମାନଙ୍କର ଆବଶ୍ୟକ। ସାଟେଲାଇଟ୍‌ ସହିତ ବ୍ୟାଙ୍କ ଶାଖାର ନିଜସ୍ବ ସର୍ଭର ସଂଯୁକ୍ତ।ତେଣୁ ଏଠାରେ କାରବାର ପ୍ରଭାବିତ ହେବ ନାହିଁ। ଏଠାରେ ତିନିଜଣ କର୍ମଚାରୀ ପୋଷ୍ଟିଂ ହୋଇଛନ୍ତି, ଯେଉଁମାନେ ଅକ୍ଟୋବର ମାସ ପରେ ଧର୍ଚୁଲାକୁ ଫେରି ସେଠାରେ ଥିବା ଶାଖାରେ ଯୋଗ ଦିଅନ୍ତି। ସେ ଗୁଞ୍ଜିର ଏକ ଭଡା ଘରେ ରୁହନ୍ତି। ଏଥର ଭାରତୀୟ ସୀମାରେ ଥିବା ଏହି ଶେଷ ବ୍ୟାଙ୍କ ଜୁନ୍‌ ଆରମ୍ଭରୁ ଅକ୍ଟୋବର ପର୍ଯ୍ୟନ୍ତ ଖୋଲାରହେ।

ସ୍ଥାନୀୟ ବାସିନ୍ଦା ନୃ ସିଂ ଗର୍ବୟାଲ କହିଛନ୍ତି, ସୀମାରେ ଥିବା ଏହି ଶେଷ ବ୍ୟାଙ୍କରେ ସମସ୍ତ ସୁବିଧା ଉପଲବ୍ଧ ନାହିଁ। ବ୍ୟାଙ୍କ ବନ୍ଦ ହେଲେ ଏଠାକାର ଲୋକଙ୍କୁ ଧର୍ଚୁଲା ଯିବାକୁ ପଡ଼ିଥାଏ। ଏଠାରେ ଥିବା ସମସ୍ୟାଗୁଡିକ କହି ସେ ଉକ୍ତ ବ୍ୟାଙ୍କକୁ ବର୍ଷସାରା ଖୋଲା ରଖିବାକୁ ମଧ୍ୟ ଦାବି କରିଛନ୍ତି।

Share