ନୂଆଦିଲ୍ଲୀ,୧୬।୧: ବିନା ଚାର୍ଜିଂରେ ୫୦ ବର୍ଷ ଚାଲିବ ଫୋନ୍। ବଜାରକୁ ଆସିବାକୁ ଯାଉଛି ଏମିତି ଏକ ବ୍ୟାଟେରୀ। ନୂଆ ଟେକ୍ନୋଲୋଜି ଦ୍ୱାରା ବିକଶିତ ଏହି ବ୍ୟାଟେରୀ ୫୦ ବର୍ଷ ଯାଏ ବିନା ଚାର୍ଜରେ ବ୍ୟବହୃତ ହୋଇପାରିବ।
ଚାଇନାରେ ଏକ ଷ୍ଟାର୍ଟ ଅପ ଏଭଳି ଗୋଟିଏ ନୂତନ ବ୍ୟାଟେରୀ ତିଆରି କରିଛି। ଏଥିରେ ବିଦ୍ୟୁତ୍ ଉତ୍ପାଦନର କ୍ଷମତା ରହିଥିବା ଦାବି କରିଛି । ଏହା ବେଜିଂ ଭିତ୍ତିକ ବେଟାଭୋଲ୍ଟ ଦ୍ୱାରା ବିକଶିତ ପରମାଣୁ ବ୍ୟାଟେରୀ। ଏହି ବ୍ୟାଟେରୀ ମୁଦ୍ରାଠାରୁ ଏହା ଛୋଟ। ଏହାକୁ ଫୋନ ଏବଂ ଡ୍ରୋନ ପରି ବ୍ୟବସାୟୀକ କ୍ଷେତ୍ରରେ ବ୍ୟବହାର କରାଯାଇପାରିବ। ଏହା ବ୍ୟତୀତ ଏହି ନୂତନ ବ୍ୟାଟେରୀକୁ ନେଇ କମ୍ପାନୀ ଆହୁରି ଅନେକ ତଥ୍ୟ ଉପସ୍ଥାପନ କରିଛି। ଏହି ନୂତନ ବ୍ୟାଟେରୀ ଏକ ପତଳା ସ୍ତର ସଦୃଶ। ୩ ଭୋଲ୍ଟରେ ୧୦୦ ମାଇକ୍ରୋୱାଟ ଶକ୍ତି ଉତ୍ପାଦନ କରିବା କ୍ଷମତା ରଖିଛି। ୨୦୨୫ ସୁଦ୍ଧା ଏହାକୁ ୧ ୱାଟର ବିଦ୍ୟୁତ୍ ଉତ୍ପାଦନ କରାଇବାରେ ଲକ୍ଷ୍ୟ ରଖାଯାଇଛି।