ଘରର ଇଏମ୍‌ଆଇ ଦେଇପାରୁ ନାହାନ୍ତି ବଲିଉଡ୍‌ର ଏହି ସୁନ୍ଦରୀ

ମୁମ୍ବାଇ,୧୧।୫ : ପୂରା ଦେଶରେ ହାହାକାର ଭଳି ସ୍ଥିତି ସୃଷ୍ଟି କରିଛି କରୋନା ମହାମାରୀ। ଦୈନିକ ହଜାର ହଜାର ଲୋକଙ୍କ ଜୀବନ ଯାଉଥିବାବେଳେ ବହୁ ସଂଖ୍ୟାରେ  ରୋଜଗାର ହରାଇଛନ୍ତି। ଏଭଳି ଆର୍ଥିକ ସଙ୍କଟ ଦେଇ କେବଳ ସାଧାରଣ ଲୋକମାନେ ଗତି କରୁଛନ୍ତି, ତା’ ନୁହେଁ ବଲିଉଡ୍‌ ଷ୍ଟାରଙ୍କ ଅବସ୍ଥା ମଧ୍ୟ ସମାନ। ସାଉଥ୍‌ ଫିଲ୍ମ ଇଣ୍ଡଷ୍ଟ୍ରିର ଜଣାଶୁଣା ତଥା ବଲିଉଡ ଷ୍ଟାର ଶ୍ରୁତି ହାସନ ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଜଣାପଡ଼ିଛି। ଏପରି କି ଫିଲ୍ମ ପିଛା ପ୍ରାୟ ୬ କୋଟି ଟଙ୍କା ନେଉଥିବା ଆକ୍ଟ୍ରେସଙ୍କ ପାଖରେ ଏବେ ଘରର ଇଏମ୍‌ଆଇ ଦେବା ପାଇଁ ଟଙ୍କା ନାହିଁ।

ଫିଲ୍ମ ଜଗତର ଏହି ସୁନ୍ଦରୀ ଏ ସମ୍ପର୍କରେ ଏକ ସାକ୍ଷାତ୍‌କାରରେ ସ୍ବୀକାର କରିଛନ୍ତି। ଏଣୁ ତାଙ୍କୁ କାମ କରିବାକୁ ପଡ଼ିବ। କିନ୍ତୁ ଲକ୍‌ଡାଉନ ସମୟରେ ଶୁଟିଂ ବନ୍ଦଥିବାରୁ କାମ ମିଳିିବା ଅତ୍ୟନ୍ତ କଷ୍ଟକର। ଆଉ ଏପଟେ ବିନା ମାସ୍କରେ ଶୁଟିଂ କରିବାକୁ ଡର ଲାଗୁଛି। ଏହାସତ୍ତ୍ୱେ ଲକ୍‌ଡାଉନ ଶେଷ ହେବା ମାତ୍ରେ ଶୁଟିଂକୁ ଫେରିବାକୁ ପଡ଼ିବ। କାରଣ ୧୧ ବର୍ଷ ପୂର୍ବେ ମୁଁ ମୋ ବାପା ମା’ଙ୍କ ଘର ଛାଡ଼ି ଦେଇଥିଲି। କିଣିଥିବା ଘରର ଇଏମ୍‌ଆଇ ଦେବାର ଅଛି।

Share