Categories: ଜାତୀୟ

ରାହୁଲଙ୍କ ଜାତିକୁ ନେଇ ବଡ଼ ଖୁଲାସା, କଂଗ୍ରେସ ନେତାଙ୍କର ଗୋତ୍ରର ଖୁଲାସା କଲେ ଏହି ବଡ଼ ପଣ୍ଡିତ

ନୂଆଦିଲ୍ଲୀ,୧।୮: କିଛିଦିନ ଧରି ଜାତି ପ୍ରସଙ୍ଗ ନେଇ ଚର୍ଚ୍ଚାରେ ଅଛନ୍ତି କଂଗ୍ରେସ ଏମପି ତଥା ବିରୋଧୀଦଳ ନେତା ରାହୁଲ ଗାନ୍ଧୀ। ଜାତି ଟିପ୍ପଣୀକୁ ନେଇ ସଂସଦରେ ଝଡ ସୃଷ୍ଟି ହୋଇଛି। ନିକଟରେ ଗୃହରେ ଭାଜପା ଏମପି ଅନୁରାଗ ଠାକୁର ରାହୁଲ ଗାନ୍ଧୀଙ୍କ ଜାତି କ’ଣ ବୋଲି ପ୍ରଶ୍ନ ଉଠାଇଥିଲେ, ଯାହା ପରେ ବିରୋଧୀମାନେ ଲଗାତାର ଭାବେ ଭାଜପା ଓ ପ୍ରଧାନମନ୍ତ୍ରୀଙ୍କୁ ଘେରିବାରେ ଲାଗିଛନ୍ତି।

ଏହାପୂର୍ବରୁ ମଧ୍ୟ ଭାଜପା ରାହୁଲ ଗାନ୍ଧୀଙ୍କୁ ହିନ୍ଦୁ କି ନାହିଁ ବୋଲି ଅନେକ ଥର ପ୍ରଶ୍ନ ଉଠାଇଛି, ଏପରି ପରିସ୍ଥିତିରେ ଅଧିକରୁ ଅଧିକ ଲୋକ ଜାଣିବାକୁ ଚାହାଁନ୍ତି ଯେ ରାହୁଲ ଗାନ୍ଧୀ କେଉଁ ଜାତିର ଏବଂ ତାଙ୍କର ଧର୍ମ କ’ଣ? ତେବେ ଏନେଇ ପଣ୍ଡିତ ଓମକର ନାଥ ଶାସ୍ତ୍ରୀ ତାଜୁବ କରିଦେବା ଭଳି ତଥ୍ୟ ରଖିଛନ୍ତି।

ପଣ୍ଡିତ ଶାସ୍ତ୍ରୀ କହିଛନ୍ତି, ରାହୁଲ ଗାନ୍ଧୀ ଜଣେ କଶ୍ମିର ପଣ୍ଡିତ। ଏହା ପଛର କାରଣ ମଧ୍ୟ ସେ ବ୍ୟାଖ୍ୟା କରିଛନ୍ତି। ସେ କହିଛନ୍ତି, ଇନ୍ଦିରା ଗାନ୍ଧୀ ଜଣେ ବ୍ରାହ୍ମଣ ଥିଲେ। ସେ ଫିରୋଜ ଗାନ୍ଧୀଙ୍କୁ ବିବାହ କରିଥିଲେ ଯିଏ ପାର୍ସୀ ଥିଲେ। ତେଣୁ ତାଙ୍କର ନିଜର କୌଣସି ଗୋତ୍ର ନ ଥିଲା। ଇନ୍ଦିରା ଗାନ୍ଧୀ ବିବାହ ପରେ ନିଜର ଧର୍ମ ପରିବର୍ତ୍ତନ କରି ନ ଥିଲେ, ତେଣୁ ସେ ଜଣେ ବ୍ରାହ୍ମଣ ରହିଥିଲେ। ଏହିପରି ଭାବରେ ତାଙ୍କ ପୁଅ ରାଜୀବ ଗାନ୍ଧୀ ଏବଂ ସଞ୍ଜୟ ଗାନ୍ଧୀ ମଧ୍ୟ ବ୍ରାହ୍ମଣ ରହିଥିଲେ। ଦୁହେଁ ନିଜ ମା’ଙ୍କର ସମାନ ଗୋତ୍ର ପାଇଥିଲେ।

ରାହୁଲ ଗାନ୍ଧୀଙ୍କ ବାପା ରାଜୀବ ଗାନ୍ଧୀ ଇଟାଲୀରେ ସୋନିଆ ଗାନ୍ଧୀଙ୍କୁ ବିବାହ କରିଥିଲେ। ସୋନିଆ ଧର୍ମରେ ଖ୍ରୀଷ୍ଟିଆନ ଥିଲେ। କିନ୍ତୁ ରାଜୀବ ଗାନ୍ଧୀ ତାଙ୍କର ଧର୍ମ ପରିବର୍ତ୍ତନ କରିନଥିଲେ। ତେଣୁ ରାହୁଲ ମଧ୍ୟ ତାଙ୍କ ବାପାଙ୍କ ଜାତିରେ ରହିଥିଲେ। ଏହିପରି ଭାବରେ ରାହୁଲ କଶ୍ମିର ବ୍ରାହ୍ମଣ ରହିଲେ। ପଣ୍ଡିତ ଓମକର ନାଥ ଆହୁରି କହିଛନ୍ତି ଯେ, ରାହୁଲଙ୍କ ଗୋତ୍ର ହେଉଛି ଦତ୍ତାତ୍ରେୟ। ହିନ୍ଦୁ ଶାସ୍ତ୍ରରେ ଏପରି ଅନେକ ନିୟମ ଅଛି ଯାହା ଦର୍ଶାଏ ଯେ ସନ୍ତାନକୁ ମାଆ ଗୋତ୍ରର ଉତ୍ତରାଧିକାରୀ ହୋଇଥା’ନ୍ତି। ରାଜୀବ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀ ମଧ୍ୟ ଅନେକ ଥର ମନ୍ଦିରରେ କହିଛନ୍ତି ଯେ ସେମାନେ କୌଲ ବ୍ରାହ୍ମଣ ଅଟନ୍ତି।

Share