ଚେନ୍ନାଇ,୨୫।୩ : ନୂଆ ଯାନବାହନ ଆଇନ କାର୍ଯ୍ୟକାରୀ ହେଲା ପରେ ବାଇକ୍ ଚାଳକଙ୍କୁ ପୋଲିସ ଅଟକାଇବାର ଅର୍ଥ ହେଲା ଜରିମାନା କଟିବା ନିଶ୍ଚିତ। କିନ୍ତୁ ତାମିଲନାଡୁର ଜଣେ ପୋଲିସ କର୍ମୀ ବାଇକରଙ୍କୁ ଅଟକାଇ ମାନବିକତା ଦେଖାଇଛନ୍ତି।
ତାମିଲନାଡୁର ତେନକାସି ଯାଉଥିବାବେଳେ ଜଣେ ବାଇକ ଚାଳକଙ୍କୁ ରୋକିଥିଲେ ପୋଲିସ କର୍ମୀ। ଏହାପରେ ଚାଳକଙ୍କୁ କର୍ନାଟକର ବୋଲି ପ୍ରଶ୍ନ କରିଥିଲେ। ଚାଳକ ଜଣକ ହଁ କହିବା ପରେ ପୋଲିସ କର୍ମୀ କହିଥିଲେ, ସେହି ବାଟ ଦେଇ ଯାଉଥିବା ରାଜ୍ୟ ସ୍ଥରୀୟ ବସରେ ବସିଥିବା ଜଣେ ବୃଦ୍ଧା ମହିଳାଙ୍କ ମେଡିସିନ ବୋତଲ ଖସିପଡ଼ିଛି। ବସ୍କୁ ପିଛା କରି ମହିଳାଙ୍କୁ ମେଡିସିନ ଦେବା ପାଇଁ କହିଥିଲେ ପୋଲିସ କର୍ମୀ। ଏହାପରେ ଉକ୍ତ ବାଇକର ବସ୍ର ପିଛା କରି ମେଡିସିନ ଫେରାଇଥିଲେ। ଦୁଇ ଦିନ ତଳେ ୟୁଟ୍ୟୁବରେ ଶେୟାର ହୋଇଥିବା ଏହି ଘଟଣାର ଭିଡିଓକୁ ଏପର୍ଯ୍ୟନ୍ତ ୧୫ ହଜାର ୟୁଜର୍ସ ଦେଖି ସାରିଲେଣି। ପ୍ରାୟତଃ ୟୁଜର୍ସ ଏହାକୁ ପସନ୍ଦ କରିବା ସହ ପୋଲିସ କର୍ମୀଙ୍କ କାର୍ଯ୍ୟକୁ ପ୍ରଶଂସା କରିଛନ୍ତି।