କେବଳ ଏଣ୍ଡୁଅ ଯେ, ରଙ୍ଗ ବଦଳାଏ ତାହା ନୁହେଁ, ଏକ ପକ୍ଷୀ ମଧ୍ୟ ରଙ୍ଗ ବଦଳାଇଥାଏ। ଯାହା ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ଭିଡିଓରୁ ଜଣାପଡ଼ିଛି। ଭିଡିଓଟି ଅଳ୍ପ ସମୟର ହେଲେ ମଧ୍ୟ ଆଖି ପିଛୁଳାକେ ପକ୍ଷୀଟି ଅନେକ ରଙ୍ଗ ପରିବର୍ତ୍ତନ କରିଦେଉଛି। ଯାହା ଦେଖିଲେ ଆଶ୍ଚର୍ଯ୍ୟ ହେବେ।
ଭିଡିଓରେ ପକ୍ଷୀଟି ଜଣଙ୍କ ହାତରେ ବସିଛି ଏବଂ ପ୍ରତି ସେକେଣ୍ଡରେ ଏହାର ରଙ୍ଗ ଗାଢ଼ ସବୁଜ, ଗୋଲାପୀ ରଙ୍ଗରୁ କଳାକୁ ବଦଳୁଛି। ପକ୍ଷୀଟି ଯେତେବେଳେ ଅଲଗା ଦିଗକୁ ମୁଣ୍ଡ ବୁଲାଉଛି ସେତେବେଳେ ଏହା ରଙ୍ଗ ପରିବର୍ତ୍ତନ କରୁଥିବା ଦେଖିବାକୁ ମିଳୁଛି।
The stunning colors of the Anna’s hummingbird are iridescence caused by light scattering from nanoscale structures within their feathers.pic.twitter.com/BZzXuFnHag
— Wonder of Science (@wonderofscience) July 21, 2022
ଭିଡିଓଟି ଓ୍ବାଣ୍ଡର ଅଫ୍ ସାଇନ୍ସର ଅଫିସିଆଲ ଟୁଇଟର ଆକାଉଣ୍ଟରେ ଶେୟାର କରାଯାଇଛି। ଏହି ଭିଡିଓକୁ ୟୁଜରମାନେ ବହୁ ମାତ୍ରାରେ ଦେଖୁଛନ୍ତି। ଏପରିକି ବର୍ତ୍ତମାନ ସୁନ୍ଧା ଭିଡିଓଟିକୁ ୨.୮ ମିଲିୟନରୁ ଅଧିକ ଥର ଦେଖାସରିଲାଣି। ଜଣେ ୟୁଜର ଲେଖିଛନ୍ତି, ’ମୁଁ ଦେଖିଥିବା ସବୁଠାରୁ ସୁନ୍ଦର ଜିନିଷ ମଧ୍ୟରୁ ଗୋଟିଏ’ । ଅନ୍ୟ ଜଣେ ୟୁଜର ଲେଖିଛନ୍ତି, ଓଃ ମାଇ ଗଡ୍, ବହୁତ ସୁନ୍ଦର। ସେହିପରି ଅନ୍ୟ ଜଣେ ୟୁଜର ଲେଖିଛନ୍ତି, ‘ଦୁନିଆ ବହୁତ ସୁନ୍ଦର’। ଏତେ ରଙ୍ଗରେ ପରିପୂର୍ଣ୍ଣ ପକ୍ଷୀକୁ ଦେଖିବା ବେଶ୍ ହୃଦୟଛୁଆଁ।