ସାଧାରଣତଃ ପଶୁପକ୍ଷୀଙ୍କୁ ନେଇ ସୋସିଆଲ ମିଡିଆରେ ଅନେକ ଗୁଡିଏ ଭିଡିଓ ଭାଇରାଲ ହୋଇଥାଏ। ବର୍ତ୍ତମାନ ସେଭଳି ଏକ ପକ୍ଷୀର ଭିଡିଓ ଭାଇରାଲ ହେଉଛି। ଏହି ଭିଡିଓରେ କାଠହଣା ଚଢ଼େଇଟି ତାର ଥଣ୍ଟ ସାହାଯ୍ୟରେ ଏକ ଗଛରେ ଗାତ କରୁଛି। ଏହି ଭିଡିଓକୁ ଭାରତୀୟ ବନ ସେବା ଅଧିକାରୀ ସୁଶାନ୍ତ ନନ୍ଦ ତାଙ୍କ ଟୁଇଟରରେ ଶେୟାର କରିଛନ୍ତି। କ୍ୟାପଶନରେ ସେ ଲେଖିଛନ୍ତି, ଥଣ୍ଟର ବ୍ୟବହାର କରି, ଏହି ପକ୍ଷୀମାନେ ଖାଦ୍ୟ ଖୋଜିବା କିମ୍ବା ବସା ତିଆରି କରିବା ପାଇଁ ଗଛରେ ଗାତ କରନ୍ତି। ସେମାନେ କାଠକୁ ପ୍ରତି ସେକେଣ୍ଡରେ ୨୦ ତଥା ମିନିଟକୁ ୧୨୦୦ ଥର ଚୋଟ ମାରି ପାରିବେ। ସେମାନଙ୍କର ଥଣ୍ଟ ପଛରେ ଏକ ଟିସୁ ଅଛି ଯାହାକି ଥଣ୍ଟ ଭାଙ୍ଗିବାକୁ ଦିଏ ନାହିଁ। ଏହି ଭିଡିଓ ଅଧିକ ଭାଇରାଲ ହେବାରେ ଲାଗିଛି।