ମିନିଟ୍‌କୁ ୧ କୋଟି ଟଙ୍କା ଫି’ ନିଅନ୍ତି ଏହି ବଲିଉଡ୍‌ ଅଭିନେତ୍ରୀ

ମୁମ୍ବାଇ: ବଲିଉଡ୍‌ ଇଣ୍ଡଷ୍ଟ୍ରିର ଏମିତି ଜଣେ ଅଭିନେତ୍ରୀ ଅଛନ୍ତି, ଯିଏ କି ସବୁବେଳେ ପାଇଁ ଚର୍ଚ୍ଚାରେ ରହିଥାନ୍ତି। ସେ ତାଙ୍କର ବୃତ୍ତିଗତ ଜୀବନ ହେଉ କି ବ୍ୟକ୍ତିଗତ ସବୁକୁ ନେଇ ଚର୍ଚ୍ଚାରେ ରହିଥାନ୍ତି। ଏହି ଅଭିନେତ୍ରୀ ଜଣକ ଆଉ କେହି ନୁହନ୍ତି, ସେ ହେଉଛନ୍ତି ଉର୍ବଶୀ ରୌତଲା। ଯଦିଓ ସେ ତାଙ୍କ ଫିଲ୍ମ କ୍ୟାରିୟରରେ କିଛି ବିଶେଷ କରିପାରି ନାହାନ୍ତି ତଥାପି ଅନେକ ଶୋ’କୁ ବିଚାରକ ଭାବରେ ଆସୁଛନ୍ତି। ଫିଲ୍ମଟି ଫ୍ଲପ୍‌ ହେଉ କିମ୍ବା ହିଟ୍‌। ସେ ତାଙ୍କ ଡ୍ୟାନ୍ସ ମାଧ୍ୟମରେ ଦର୍ଶକଙ୍କ ମନ କିଣିନିଅନ୍ତି।

ବର୍ତ୍ତମାନ ଉର୍ବଶୀଙ୍କୁ ସବୁଠାରୁ ମହଙ୍ଗା ଅଭିନେତ୍ରୀ ବୋଲି କୁହାଯାଉଛି। ଏହା ପୂର୍ବରୁ ଉର୍ବଶୀ ଭାରତୀୟ ମେଗାଷ୍ଟାର ଚିରଞ୍ଜୀବୀଙ୍କ ଅଭିନୀତ ‘ଭଲ୍ଟେୟାର ବିରାୟା’ରେ ଥିବା ଆଇଟମ୍‌ ନମ୍ବର ପାଇ ୨ କୋଟି ଟଙ୍କା ଆଦାୟ କରିଥିବା ଜଣାଯାଇଛି। ଏହି ଫିଲ୍ମଟି ଜାନୁୟ।ରୀ ୨୦୨୩ରେ ମୁକ୍ତିଲାଭ କରିଥିଲା ଏବଂ ବକ୍ସ ଅଫିସରେ ବେଶ୍‌ ସଫଳତା ଲାଭ କରିଥିଲା। କିନ୍ତୁ ବର୍ତ୍ତମାନ ଅଭିନେତ୍ରୀ ପରବର୍ତ୍ତୀ ଫିଲ୍ମ ପାଇଁ ବହୁ ପରିମାଣର ଫି’ ଚାର୍ଜ କରୁଛନ୍ତି।

ପୁଣିଥରେ ଉର୍ବଶୀ ସାଉଥ୍‌ ଫିଲ୍ମ ‘ଦ ଓ୍ବାରିଅର୍‌’ରେ ନିଜର ଝଲକ ଦେଖାଇବାକୁ ଯାଉଛନ୍ତି। ତାଙ୍କର ଏହି ଆଗାମୀ ଫିଲ୍ମଟି ଖୁବ୍‌ ଚିତ୍ତାକର୍ଷକ ବୋଲି କୁହାଯାଉଛି। ସେ ଶ୍ରୀନୁ-ରାମା ପୋଥିନେନିଙ୍କ ଆଗାମୀ ଫିଲ୍ମରେ ଆଉ ଏକ ଆଇଟମ ଡ୍ୟାନ୍ସରେ ନଜର ଆସିବେ। ନିର୍ମାତା ଫିଲ୍ମର ପ୍ରଥମ ଲୁକ ଏବଂ ରିଲିଜ ତାରିଖ ରିଲିଜ ଘୋଷଣା କରିସାରିଛନ୍ତି। ପୋଷ୍ଟରରେ ‘ରାମ ପୋଥିନେନି’ ଏକ କଳା ପୋଷାକରେ ମଇଁଷି ଟାଣୁଥିବା ଦେଖିବାକୁ ମିଳିଥାଏ। ଏହି ଫିଲ୍ମଟି ୨୦ ଅକ୍ଟୋବର ୨୦୨୩ରେ ମୁକ୍ତିଲାଭ କରିବ ବୋଲି ପୋଷ୍ଟରରେ ଦର୍ଶାଯାଇଛି।

Share