ବଲିଉଡ୍‌ର ଏହି ସୁପରଷ୍ଟାର ହଲିଉଡ୍‌ ଫିଲ୍ମକୁ କରିଛନ୍ତି ପ୍ରତ୍ୟାଖ୍ୟାନ

ମୁମ୍ବାଇ: ବଲିଉଡ୍‌ ଷ୍ଟାରମାନେ ସବୁବେଳେ ହଲିଉଡ୍‌ରେ କାମ କରିବା ପାଇଁ ଇଚ୍ଛା ପ୍ରକାଶ କରିଥାନ୍ତି। ମାତ୍ର ଅନେକ ବଲିଉଡ୍‌ ଷ୍ଟାର ଅଛନ୍ତି, ଯେଉଁମାନଙ୍କ ପାଖରେ ଅନେକ ପ୍ରତିଭା ରହିଛି, ତଥାପି ସେମାନେ ହଲିଉଡ୍‌ରେ କାମ କରିବାକୁ ସମ୍ପୂର୍ଣ୍ଣ ଭାବେ ମନା କରିଦେଇଛନ୍ତି।

ଏମାନଙ୍କ ମଧ୍ୟରୁ ବଲିଉଡ୍‌ର କିଙ୍ଗ୍‌ ଶାହାରୁଖ ଖାନ୍‌ ମଧ୍ୟ ହଲିଉଡ୍‌ରୁ ଅଫର ପାଇଥିଲେ। ସେ ସ୍ଲମ୍‌ଡଗ୍‌ ମିଲିଅନେୟାରରେ ଗେମ୍‌ ଶୋ ହୋଷ୍ଟ ‘ପ୍ରେମ କୁମାର’ର ଭୂମିକାରେ ଅଭିନୟ କରିବାର ଥିଲା। ସେ ଏହି ଭୂମିକାରେ ଅଭିନୟ ନ କରିବାକୁ ନିଷ୍ପତ୍ତି ନେଇଥିଲେ। ଆଜିକାଲି ଶାହାରୁଖଙ୍କ ଫିଲ୍ମ ‘ପଠାନ’ ବକ୍ସ ଅଫିସରେ ରେକର୍ଡ କରିଚାଲିଛି। ସେହିପରି ଅଭିନେତ୍ରୀ ଦୀପିକା ପାଦୁକୋନ, ଅଭିନେତା ଅକ୍ଷୟ କୁମାର ଏବଂ ଇରଫାନ ପଠାନ ମଧ୍ୟ ହଲିଉଡ୍‌ ଫିଲ୍ମ ଅଫରକୁ ପ୍ରତ୍ୟାଖ୍ୟାନ କରିଦେଇଥିଲେ। ସେମାନଙ୍କର ସେହି ସମୟରେ ହଲିଉଡ୍‌ ଫିଲ୍ମ କରିବାକୁ ଇଚ୍ଛା ନ ଥିଲା। ବଲିଉଡ୍‌ରେ ବେଶ୍‌ ନାଁ କମାଇ ଚାଲିଥିଲେ।

Share