Categories: ଖେଳ

ଟି-୨୦ରେ ବିଶ୍ୱରେକର୍ଡ କଲେ ଏହି ବୋଲର୍‌

ତ୍ରିନିଦାଦ,୧୮ା୬: ଲୋକି ଫର୍ଗୁସନଙ୍କ ବିଶ୍ୱ ରେକର୍ଡ ସହିତ ଅନ୍ତିମ ଗ୍ରୁପ୍‌ ମ୍ୟାଚରେ ପପୁଆ ନ୍ୟୁ ଗିନି(ପିଏନ୍‌ଜି)କୁ ୭ ଉଇକେଟରେ ପରାସ୍ତ କରିଛି ନ୍ୟୁଜିଲାଣ୍ଡ। ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରିଥିବା ପିଏନ୍‌ଜି ୧୯.୪ ଓଭରରେ ୭୮ ରନ୍‌ କରି ଅଲଆଉଟ ହୋଇଥିଲା। ଜବାବରେ ନ୍ୟୁଜିଲାଣ୍ଡ ୧୨.୨ ଓଭରରେ ୩ ଉଇକେଟ ବିନିମୟରେ ୭୯ ରନ୍‌ କରି ଜିତି ନେଇଥିଲା। ପିଏନ୍‌ଜି ପକ୍ଷରୁ ଚାଲର୍‌ସ ଅମିନି ୧୭, ନର୍ମାନ ଭନୁଆ ୧୪ ଓ ସେସେ ବାଉ ୧୨ ରନ୍‌ କରିଥିଲେ। ନ୍ୟୁଜିଲାଣ୍ଡ ପକ୍ଷରୁ ଲୋକି ଫର୍ଗୁସନ ୩, ଟ୍ରେଣ୍ଟ ବୋଲ୍ଟ, ଟିମ୍‌ ସାଉଦି ଓ ଇଶ ସୋଧୀ ୨ଟି ଲେଖାଏ ଉଇକେଟ ନେଇଥିଲେ। ଜବାବରେ ନ୍ୟୁଜିଲାଣ୍ଡ ପକ୍ଷରୁ ଡେଭନ୍‌ କନ୍‌ଓ୍ବେ ୩୫, କେନ୍‌ ଓ୍ବିଲିୟମସନ୍‌ ୧୮* ଓ ଡାରିଲ୍‌ ମିଚେଲ୍‌ ୧୯* ରନ୍‌ କରିଥିଲେ। ପିଏନ୍‌ଜି ପକ୍ଷରୁ କାବୁଆ ମୋରେଆ ୨, ସେମୋ କାମେୟା ୧ ଉଇକେଟ ନେଇଥିଲେ।
ଫର୍ଗୁସନଙ୍କ ବିଶ୍ୱ ରେକର୍ଡ: ଟି୨୦ ବିଶ୍ୱକପରେ ମିତବ୍ୟୟୀ ବୋଲିଂ କରିବାର ରେକର୍ଡ କରିଛନ୍ତି ନ୍ୟୁଜିଲାଣ୍ଡର ଲୋକି ଫର୍ଗୁସନ୍‌। ସେ ବୋଲିଂ କରିଥିବା ସମସ୍ତ ୪ଓଭର ମେଡେନ୍‌ ରହିଥିଲା। ବିଶ୍ୱର ଦଶମ ଖେଳାଳି ଭାବରେ ସେ ଏଭଳି କାରନାମା କରିଛନ୍ତି। ତେବେ କାନାଡା ଅଧିନାୟକ ସାଦ୍‌ ବିନ୍‌ ଜାଫର ଓ ଫର୍ଗୁସନ୍‌ ୪ ଓଭର କୋଟା ସମ୍ପୂର୍ଣ୍ଣ କରିଛନ୍ତି। ସାଦ୍‌ ବିନ୍‌ ଜାଫର ୨୦୨୧ରେ ପାନାମା ବିପକ୍ଷରେ କୌଣସି ରନ୍‌ ବ୍ୟୟ ନ କରି ୨ ଉଇକେଟ ନେଇଥିଲେ। ତେବେ ଏକ ବିଶ୍ୱକପ ମ୍ୟାଚ୍‌ରେ ଏଭଳି କୃତୀତ୍ୱ ହାସଲ କରିବାରେ ଲୋକି ଫର୍ଗୁସନ୍‌ ପ୍ରଥମ ଖେଳାଳି ପାଲଟିଛନ୍ତି। ସେ ନିଜ ୪ ଓଭର କୋଟାରେ ସେ ଅସଦ ଭାଲା, ଚାଲର୍‌ସ ଆମିନି ଓ ଚାଦ ସୋପରଙ୍କୁ ଆଉଟ କରିଥିଲେ।

Share