Categories: ଫୁରସତ

ଗୁଡ଼ି ଉଡ଼ାଉଥିଲେ ଏହି ନାବାଳକ, ୩୦ ଫୁଟ ଉଚ୍ଚରୁ ଖସି ପଡ଼ିଲେ; ଆଉ ତା’ ପରେ…

ଇଣ୍ଡୋନେସିଆରେ ଜଣେ ନାବାଳକ ଗୁଡ଼ି ସାହାଯ୍ୟରେ ଆକାଶରେ ଉଡୁଥିବା ସମୟରେ ୩୦ ଫୁଟ ଉଚ୍ଚରୁ ଖସିପଡ଼ି ଆହତ ହୋଇଛି। ୧୨ ବର୍ଷର ଏହି ନାବାଳକ ‘ଡ୍ରାଗନ କାଇଟ୍‌’ ଉଡ଼ାଉଥିଲେ। ଯାହାକି ତାଙ୍କଠାରୁ ତିନି ଗୁଣ ବଡ଼ ଥିଲା। ପବନରେ ଏହି ଗୁଡ଼ିଟି ଉଡୁଥିଲା। କିନ୍ତୁ ସେ ଭାରସାମ୍ୟ ହରାଇବାରୁ ୩୦ ଫୁଟ ତଳକୁ ଖସିପଡ଼ିଥିଲେ। ଏହାର ଭିଡିଓ ସୋସିଆଲ ମିଡିଆରେ ଏବେ ଭାଇରାଲ ହେବାରେ ଲାଗିଛି।

ଭିଡିଓରେ ଦେଖିବାକୁ ମିଳିଛି, ଜଣେ ନାବାଳକ ଏକ ବିରାଟ ଗୁଡ଼ି ସାହାଯ୍ୟରେ ଆକାଶରେ ଉଡୁଛନ୍ତି। କିଛି ସମୟ ପରେ ଭାରସାମ୍ୟ ହରାଇ ତଳକୁ ଖସିପଡ଼ି ଆହତ ହୋଇଥିବା ନଜର ଆସିଛି। ଏହି ସମୟରେ ତାଙ୍କୁ ସାହାଯ୍ୟ କରିବା ପାଇଁ ଲୋକେ ରୁଣ୍ଡ ହୋଇଯାଉଛନ୍ତି।

ଡିସେମ୍ବର ପ୍ରଥମ ସପ୍ତାହରେ ପ୍ରିଙ୍ଗସେଭୁ ରେଜେନ୍ସି ହାଇସ୍କୁଲରେ ଏହି ଘଟଣା ଘଟିଛି। ଶିଶୁ ସୁରକ୍ଷା ଏଜେନ୍ସି କହିଛି, ଉକ୍ତ ନାବାଳକଙ୍କ ଶରୀରରେ ୬ଟି ସ୍ଥାନରେ ହାଡ଼ ଭାଙ୍ଗିଛି। ତାଙ୍କର ଦୁଇଟି ଅପରେଶନ ମଧ୍ୟ କରାଯିବ।

Share