Categories: ଜାତୀୟ

ଏହି ବଜେଟ୍‌ ହେଉଛି ‘ଭୋଟ୍‌ ଅନ୍‌ ଆକାଉଣ୍ଟ’, ଏମିତି କହିଲେ କଂଗ୍ରେସ ଏମ୍‌ପି

ନୂଆଦିଲ୍ଲୀ,୧।୨: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗୁରୁବାର କାମଚଳା ବଜେଟ୍‌ ଉପସ୍ଥାପନ କରିଛନ୍ତି। ଏହି ମଧ୍ୟବର୍ତ୍ତୀ ବଜେଟ୍‌ ପ୍ରଥମେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦ୍ୱାରା ଅନୁମୋଦିତ ହୋଇଥିଲା। ପରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍‌ ବୈଠପରେ ଏହାକୁ ଅନୁମୋଦନ କରାଯାଇଥିଲା।

ଏହି ବଜେଟକୁ ନେଇ କଂଗ୍ରେସ ଏମ୍‌ପି ମନୀଷ ତିଓ୍ବାରୀ କହିଛନ୍ତି, ଉକ୍ତ ବଜେଟ ହେଉଛି ‘ଭୋଟ୍‌-ଅନ୍‌-ଆକାଉଣ୍ଟ’। ଯାହାର ଏକମାତ୍ର ଉଦ୍ଦେଶ୍ୟ ହେଉଛି ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକ ପାଇଁ ସରକାରଙ୍କୁ ଆର୍ଥିକ ସ୍ଥିତିରେ ରଖିବା। ଚିନ୍ତାର ବିଷୟ ହେଉଛି ବଜେଟରେ ୧୮ ଲକ୍ଷ କୋଟି ଟଙ୍କା ଅଭାବ ରହିଛି। ଏହାର ଅର୍ଥ ହେଉଛି ସରକାର ଏହାର ଖର୍ଚ୍ଚ ପାଇଁ ଋଣ ନେଉଛନ୍ତି। ଆସନ୍ତା ବର୍ଷ ଏହି ସଂଖ୍ୟା ଆହୁରି ବୃଦ୍ଧି ପାଇବ।

Share