Categories: ଫୁରସତ

୭ ଯୁବତୀଙ୍କୁ ଏକାସାଙ୍ଗରେ ବିବାହ କଲେ ଏହି ବ୍ୟବସାୟୀ, ଶହେ ସନ୍ତାନର ଜନକ ହେବାକୁ ରଖିଛନ୍ତି ଇଚ୍ଛା

ଉଗାଣ୍ଡାର ଜଣେ ବ୍ୟବସାୟୀ ଗୋଟିଏ ଦିନରେ ୭ ଯୁବତୀଙ୍କୁ ବିବାହ କରି ଚର୍ଚ୍ଚାରେ ରହିଛନ୍ତି। ସେହି ବ୍ୟବସାୟୀଙ୍କ ନାମ ହବିବ ଏନ୍‌ସିକୋନେ(୪୩)। ସେ ଜଣେ ପ୍ରସିଦ୍ଧ ଟ୍ରାଡିଶନାଲ ହିଲର। ସେ କହିଛନ୍ତି, ପ୍ରତ୍ୟେକ ଝିଅ ମୋତେ ହଁ କହିବା ପରେ ହବିବ ଏକ ଗ୍ରାଣ୍ଡ ରିସେପ୍ସନ ଆୟୋଜନ କରିଥିଲେ। ଯାହାଙ୍କ ମହାନତା ଅତିଥିମାନଙ୍କୁ ଆଶ୍ଚର୍ଯ୍ୟ କରିଥିଲା।

ଏକ ରିପୋର୍ଟ ଅନୁଯାୟୀ, ହବିବ ତାଙ୍କର ପ୍ରତ୍ୟେକ ସ୍ତ୍ରୀଙ୍କୁ ଏକ ନୂଆ କାର୍‌ ଉପହାର ଦେଇଛନ୍ତି। ସେ ତାଙ୍କ ଶାଶୁ ଏବଂ ଶ୍ୱଶୁରଙ୍କୁ ଅନେକ ଉପହାର ମଧ୍ୟ ଦେଇଛନ୍ତି। ତାଙ୍କ ଏହି ୭ ସ୍ତ୍ରୀଙ୍କ ମଧ୍ୟରେ ଦୁଇ ଭଉଣୀ ମଧ୍ୟ ଅଛନ୍ତି। ସେ ତାଙ୍କ ପିତାମାତାଙ୍କୁ ମୋଟରସାଇକେଲ ମଧ୍ୟ ଦେଇଛନ୍ତି। ଏହା ହବିବଙ୍କ ପ୍ରଥମ ବିବାହ ନୁହେଁ। ତାଙ୍କର ପୂର୍ବରୁ ଜଣେ ସ୍ତ୍ରୀ ଅଛନ୍ତି। ତାଙ୍କ ନାମ ମୁସାନୁସା।

ହବିବଙ୍କ ବିବାହ ରିସେପ୍ସନ ବହୁତ ବଡ଼ ଥିଲା। କନ୍ୟାଙ୍କ ସହ କନ୍ୟାଯାତ୍ରୀମାନେ ୪୦ ଲିମୋ ଏବଂ ୩୦ ମୋଟରସାଇକେଲରେ ବିବାହ ମଣ୍ଡପରେ ପହଞ୍ଚିଥିଲେ। ସେଠାରେ ଉପସ୍ଥିତ ଅତିଥିମାନଙ୍କ ମଧ୍ୟରୁ ଜଣେ କହିଥିଲେ, ‘କିଛି ଲୋକ ଏହା ପ୍ରକୃତ ବୋଲି ବିଶ୍ୱାସ କରିପାରିଲେ ନାହିଁ। ପ୍ରଥମ ଥର ପାଇଁ ସେମାନେ ଏଭଳି କାର୍ଯ୍ୟକ୍ରମ ଦେଖିଲେ।‘ ଏକ ବିଶାଳ ରିସେପ୍ସନ ପରେ ହବିବ ଏକ ବଡ଼ ଗାଡିରେ କନ୍ୟାମାନଙ୍କ ସହିତ ତାଙ୍କ ଘରେ ପହଞ୍ଚିଥିଲେ।

ରିସେପ୍ସନରେ ହବିବ ତାଙ୍କ ସ୍ତ୍ରୀଙ୍କୁ ପ୍ରଶଂସା କରି ଅତିଥିମାନଙ୍କୁ କହିଥିଲେ, ‘ମୋର ପତ୍ନୀମାନେ ପରସ୍ପର ପ୍ରତି ଈର୍ଷା କରନ୍ତି ନାହିଁ। ଏକ ବଡ଼ ଖୁସି ପରିବାର ଗଠନ ପାଇଁ ସମସ୍ତଙ୍କୁ ଏକାଥରକେ ବିବାହ କରିଛି। ସେ ଆହୁରି ମଧ୍ୟ କହିଛନ୍ତି, ଅଧିକ ସ୍ତ୍ରୀ ପାଇବାକୁ ଯୋଜନା କରୁଛନ୍ତି। ଯାହା ଦ୍ୱାରା ସେ ୧୦୦ ସନ୍ତାନର ଜନକ ହୋଇପାରିବେ। ସେ କହିଛନ୍ତି, ‘ମୋ ପରିବାରରେ ବହୁତ କମ୍‌ ଲୋକ ଅଛନ୍ତି, ତେଣୁ ମୁଁ ଅନେକ ସନ୍ତାନ ପାଇବାକୁ ଚାହୁଁଛି। ଯାହା ଦ୍ୱାରା ଆମର ଏକ ବଡ଼ ପରିବାର ହୋଇପାରିବ।

Share